ବିଜେପି ବରିଷ୍ଠ ନେତା କେଶରୀ ନାଥ ତ୍ରିପାଠୀଙ୍କ ଦେହାନ୍ତ

ଲକ୍ଷ୍ନୌ,ଏଜେନ୍ସି: ବରିଷ୍ଠ ବିଜେପି ରଜନେତା ତଥା ଉତ୍ତରପ୍ରଦେଶ ବିଧାନସଭା ପୂର୍ବତନ ବାଚସ୍ପତି କେଶରୀ ନାଥ ତ୍ରିପାଠୀଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିଲେ କେଶରୀ ନାଥ ତ୍ରିପାଠୀ । ଆଜି (ରବିବାର) ଭୋର ୫ଟାରେ ତାଙ୍କର ନିଧନ ହୋଇଥିବା ସୂଚନା ରହିଛି । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିଲେ । ଏନେଇ ତାଙ୍କ ପୁଅ ନୀରଜ ତ୍ରିପାଠୀ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେଶରୀ ନାଥ ତ୍ରିପାଠୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।