Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଜିଠୁ ଭୁବନେଶ୍ବରରୁ ରାଉରକେଲାକୁ ଉଡ଼ିବ ବିମାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଜିଠୁ ଭୁବନେଶ୍ବରରୁ ରାଉରକେଲାକୁ ଉଡ଼ିବ ବିମାନ

ଭୁବନେଶ୍ବର,ଏଜେନ୍ସି: ଆଜି ଭୁବନେଶ୍ବରରୁ ରାଉଲକେଲାକୁ ଉଡ଼ିବ ବିମାନ । ସକାଳ ୯ଟା ୨୦ରେ ଭିଡିଓ କନଫରେନ୍ସସିଂ ଜରିଆରେ ଆନୁଷ୍ଠାନିକ ଭାବେ ଭୁବନେଶ୍ଵର- ରାଉରକେଲା ବିମାନ ଉଡାଣର ଉଦଘାଟନ କରିବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଉପସ୍ଥିତ ରହିବେ । ତେବେ ଆଲାଏନ୍ସ ଏୟାର ଦ୍ଵାରା ଚଳାଚଳ କରିବାକୁ ଥିବା ଏହି ବିମାନରେ ଏକକାଳୀନ ୭୨ ଜଣ ଯାତ୍ରୀ ଯାତାୟାତ କରି ପାରିବେ । ସକାଳ ୧୦ଟା ୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦରରେ ଉପସ୍ଥିତ ରହି ଭୁବନେଶ୍ଵର- ରାଉରକେଲା ବିମାନ ଉଡ଼ାଣର ଫ୍ଲାଗ ଅଫ୍ କରିବେ ।

ଆଜି ସକାଳ ୧୦ଟା ୪୫ରେ ବିମାନ ଭୁବନେଶ୍ୱର ଛାଡ଼ିଲା ପରେ ୧୧ଟା ୪୦ରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବ । ଏହାପରେ ବିମାନ ୧୨ଟା ୫ରେ ରାଉରକେଲାରୁ ବାହାରି ଅପରାହ୍ନ ୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ୧୨ ତାରିଖରୁ ଭୁବନେଶ୍ଵରରୁ ରାଉରକେଲା ରୁଟିନ ଉଡାଣ ଆରମ୍ଭ ହେବ । ପ୍ରତିଦିନ ବିମାନ ଭୁବନେଶ୍ବରରୁ ୨ଟା ୫୫ରେ ଛାଡ଼ିବ ଓ ରାଉରକେଲାରେ ୩ଟା ୫୦ରେ ପହଞ୍ଚିବ । ଏହା ରାଉରକେଲାରୁ ୪ଟା ୧୫ରେ ବାହାରି ଭୁବନେଶ୍ବରରେ ୫ଟା ୧୦ରେ ପହଞ୍ଚିବ । ପ୍ରାରମ୍ଭିକ ଭାବେ ଭୁବନେଶ୍ବରରୁ ରାଉରକେଲା ବିମାନ ଭଡ଼ା ୨୮୦୩ ଟଙ୍କା ଥିବା ବେଳେ ରାଉରକେଲାରୁ ଭୁବନେଶ୍ଵର ବିମାନ ଭଡ଼ା ୨୭୨୧ ଟଙ୍କା ରହିଛି ।

ଏନେଇ ଭୁବନେଶ୍ଵର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଆଜି ଇନାଗୁରାଲ ଫ୍ଲାଇଟ ଅଛି । ବିମାନ ଉଡାଣର ଉଦଘାଟନ କରିବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ଏଥିସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦରରେ ଉପସ୍ଥିତ ବିମାନ ଉଡ଼ାଣର ଫ୍ଲାଗ ଅଫ କରିବେ । ଆଜି ଯେଉଁ ବିମାନ ଉଡାଣ ଅଛି ତାହା ଏଠାରୁ ୧୦.୪୫ରେ ବାହାରିବ ଏବଂ ୧୧.୪୦ ସେଠାରେ ପହଞ୍ଚିବ । ଏଥିସହ ସେଠାରୁ ୧୨.୦୫ରେ ବାହାରିବ ଭୁବନେଶ୍ବରରେ ୧ଟାରେ ପହଞ୍ଚିବ । ତେବେ ରେଗୁଲାର ବିମାନ ଉଡାଣ ୧୨ ତାରିଖରୁ ହେବ ।