ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ ଗିଲଗିତ-ବାଲିସ୍ତାନରେ ସ୍ୱାଧୀନତାକୁ ନେଇ ହେଉଥିବା ପ୍ରଦର୍ଶନକୁ କେନ୍ଦ୍ର କରି ପାକିସ୍ତାନ ସେନା ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ବର୍ଷା କରିଛି । ଫଳରେ ଅନେକ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ପାକିସ୍ତାନ ସରକାର ବିରୋଧରେ ଗତ କିଛିଦିନ ହେବ ଗିଲଗିତ-ବାଲିସ୍ତାନ ଲୋକ ମୋର୍ଚ୍ଚା ଖୋଲିଥିଲେ ।
ସେମାନେ ପାକିସ୍ତାନ ଓ ସେଠାକାର ସେନା ବିରୋଧରେ ଲଗାତାର ଭାବେ ପ୍ରଦର୍ଶନ କରୁଥିଲେ । ପାକିସ୍ତାନ ସରକାର ବିରୋଧରେ କରାଯାଉଥିବା ପ୍ରଦର୍ଶନ ଲଗାତାର ଭାବେ ଭୟାବହ ରୂପ ନେଉଥିଲା । ଗିଲଗିତ-ବାଲିସ୍ତାନ ଲୋକଙ୍କ ସହ ପାକିସ୍ତାନ ସେନାର ଯୁକ୍ତିତର୍କ ହେବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।