କଟକ,ଏନ୍ଏନ୍ଏସ୍: ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ । ଏଥିସହିତ ୩ ମାସ ମଧ୍ୟରେ ତଦନ୍ତ ସାରିବାକୁ କ୍ରାଇମବ୍ରାଞ୍ଚ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୌମ୍ୟଙ୍କ ଓକିଲ ବ୍ୟୋମୋକେଶ ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ସୌମ୍ୟ ପାଣିଗ୍ରାହୀ ଗତବର୍ଷ ଜାନୁଆରୀ ୩୦ ତାରିଖରେ ଆତ୍ମହତ୍ୟା କରିଥିଲେ । ସୌମ୍ୟ ତାଙ୍କ ସୁଇସାଇଡ ନୋଟରେ ଗାର୍ଲଫ୍ରେଣ୍ଡ ସୋନାଲି ନନ୍ଦଙ୍କୁ ଦାୟୀ କରିଥିଲେ । ଏନେଇ ସୌମ୍ୟଙ୍କ ପରିବାରବର୍ଗ ଥାନାର ଦ୍ୱାରସ୍ଥ ହୋଇନଥିଲେ ମଧ୍ୟ ପୁଲିସ ପକ୍ଷରୁ ସୋନାଲିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଶେଷରେ ସୌମ୍ୟଙ୍କ ପରିବାର ଲୋକେ ବାଧ୍ୟହୋଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।