ଜମ୍ମୁ-କଶ୍ମୀର: ‘ଭାରତ ଯୋଡୋ ଯାତ୍ରା’ ଜମ୍ମୁ-କଶ୍ମୀର ପହଞ୍ଚିବା ପୂର୍ବରୁ କଂଗ୍ରେସକୁ ଏକ ଭଲ ଖବର ମିଳିଛି । ୨ ମାସ ପୂର୍ବରୁ ଗୁଲାମ ନବୀ ଆଜାଦଙ୍କ ସହ ଯେଉଁ ବଡ଼ ନେତା କଂଗ୍ରେସ ଛାଡ଼ି ଯାଇଥିଲେ ଆଜି ସେଥିମଧ୍ୟରୁ ଅନେକ ବଡ଼ ନେତା ଦଳକୁ ଫେରିଛନ୍ତି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରାଚନ୍ଦ ଏବଂ ପୂର୍ବ ମନ୍ତ୍ରୀ ପୀରଜାଦାଙ୍କ ନେତୃତ୍ୱରେ ଗୁଲାମନବୀ ଆଜାଦଙ୍କ ପାର୍ଟି ‘ଡେମୋକ୍ରେଟିକ ଆଜାଦ ପାର୍ଟି’ ଛାଡ଼ି ୧୭ ବଡ଼ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି । ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ସଂଗଠନ ମହାସଚିବ କେ ସି ବେଣୁଗୋପାଳ ଏବଂ ପ୍ରଭାରୀ ରଜନୀ ପାଟିଲ ସମସ୍ତ ନେତାଙ୍କ ସ୍ୱାଗତ କରିଥିବା ଜଣାପଡ଼ିଛି ।
କଂଗ୍ରେସକୁ ଫେରିଥିବା ୧୭ ନେତାଙ୍କ ସ୍ୱାଗତ ପରେ ମହାସଚିବ କେ ସି ବେଣୁଗୋପାଳ କହିଛନ୍ତି ଯେ, ଏମାନେ ଦଳ ଛାଡ଼ି ଯାଇନଥିଲେ, ୨ ମାସ ପାଇଁ ଛୁଟିରେ ଯାଇଥିଲେ ଏବଂ ଛୁଟି ସରିବା ମାତ୍ରକେ ପୁଣି ଫେରି ଆସିଛନ୍ତି ।