ଗ୍ରୀନ ହାଇଡ୍ରୋଜେନ ମିଶନକୁ ମୋଦୀ କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହୋଇଥିବା କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ନ୍ୟାସନାଲ ଗ୍ରୀନ ହାଇଡ୍ରୋଜେନ ମିଶନକୁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ମଞ୍ଜୁରୀ ପ୍ରଦାନ କରିଛି । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ପ୍ରଦାନ କରିଛନ୍ତି । ଭାରତ ଗ୍ରୀନ ହାଇଡ୍ରୋଜେନର ଗ୍ଲୋବାଲ ହବ୍ ହେବ । ପ୍ରତିବର୍ଷ ୫୦ ଲକ୍ଷ ଟନ୍ ଗ୍ରୀନ ହାଇଡ୍ରୋଜେନର ଉତ୍ପାଦନ କରିବ ବୋଲି ଶ୍ରୀ ଠାକୁର କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଆହୁରି କହିଛନ୍ତି ଯେ, ଏହି ଗ୍ରୀନ ହାଇଡ୍ରୋଜେନକୁ ୬୦ରୁ ୧୦୦ ଗୀଗାୱାଟର ଇଲେକ୍ଟ୍ରୋଲାଇଜର କ୍ଷମତାରେ ପ୍ରସ୍ତୁତ କରାଯିବ । ଇଲେକ୍ଟ୍ରୋଲାଇଜରର ମେନୁଫେକଚରିଂ ଏବଂ ଗ୍ରୀନ ହାଇଡ୍ରୋଜେନର ଉତ୍ପାଦନ ଉପରେ ୧୭ହଜାର ୪୯୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ । ଗ୍ରୀନ ହାଇଡ୍ରୋଜେନ ହବକୁ ବିକଶିତ କରିବା ପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।