ମହାରାଷ୍ଟ୍ର ଓ ହରିଆଣାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ

ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। ଏଥିରେ ବିଜେପି ପାଇଁ ଏହା ବଡ଼ ପରୀକ୍ଷା ହୋଇଥିବା ବେଳେ କଂଗ୍ରେସ ଏଥିରେ ସମ୍ମାନ ରକ୍ଷାକରିବା ପାଇଁ ଲଢ଼ୁଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ବିଜେପି ପକ୍ଷରୁ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାଭିସ  ଓ ହରିଆଣାରେ ମନୋହର ଲାଲ ଖଟ୍ଟରଙ୍କ ୫ବର୍ଷ କାର୍ଯ୍ୟକାଳର ସମୀକ୍ଷା କରି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ସୋମବାର ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇଛି। ୨୦୧୪ରେ ମହାରାଷ୍ଟ୍ରରେ ଅଲଗା ଅଲଗା ନିର୍ବାଚନ ଲଢିଥିବା ବିଜେପି ଓ  ଶିବସେନା ଏଥର ଏକାଠି ମଇଦାନକୁ ଓହ୍ଲାଇଛନ୍ତି । ତେଣୁ କଂଗ୍ରେସ- ଏନସିପି ମେଣ୍ଟକୁ ଟକ୍କର ଦେବା ପାଇଁ ଦୁଇ ମେଣ୍ଟ ସହଯୋଗୀ ସେମାନଙ୍କ ମତାନ୍ତର ଭୁଲି ଏକାଠି ହେବା ରାହୁଲ ସେନା ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ । ସୋମବାର ରାଜ୍ୟର ପ୍ରାୟ ୮କୋଟି ୯୦ ଲକ୍ଷ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ସେହିପରି ହରିଆଣାରେ ୧କୋଟି ୮୩ ଲକ୍ଷ ଜନତା ନିଜର ମତ ସାବ୍ୟସ୍ତ କରିବେ।