ମେକ୍ସିକୋ ସହରର ଜେଲରେ ଗୁଳିମାଡ: ଜେଲରେ ଗୁଳିମାଡ, ୧୪ ମୃତ

ସିଟି,ଏଜେନ୍ସି: ଜେଲରେ ଗୁଳିମାଡ । ଆତତାୟୀର ଗୁଳିମାଡରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଉତ୍ତର ମେକ୍ସିକୋ ସହରରେ ଥିବା ଏକ ଜେଲରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଅନୁସାରେ, ଗତକାଲି(ରବିବାର) ଦିନ ସକାଳ ପ୍ରାୟ ୭ଟା ସମୟରେ ଏକ ଗାଡିରେ ହଠାତ୍‌ ଆତତାୟୀମାନେ ଆସି ଗୁଳିଚାଳନା କରିଥିଲେ । ଗୁଳିମାଡରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ କଏଦୀ ଫେରାର ହୋଇଯାଇଥିବା ସୂଚନା ରହିଛି । ତେବେ ମୃତକମାନେ ୪ଜଣ କଏଦୀ ଏବଂ ୧୦ ଜଣ ସୁରକ୍ଷାବାହିନୀର ହୋଇଥିବା ସୂଚନା ରହିଛି । ତେବେ ଏହି ଘଟଣାପରେ ସ୍ଥାନୀୟ ଜେଲ ଋଣକ୍ଷେତ୍ର ପାଲଟିଥିଲା । ଏହି ଘଟଣାରେ ୧୩ ଜଣ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।

ଖବରପାଇ ସ୍ଥାନୀୟ ମେକ୍ସିକୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆହତମାନଙ୍କୁ ଉଦ୍ଧାର କରି ମେକ୍ସିକୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି । ତେବେ ଏହି ଘଟଣାପରେ ସ୍ଥାନୀୟ ସରକାରଙ୍କ ପକ୍ଷରୁ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।