ସାଓପାଓଲୋ,ଏଜେନ୍ସି: ବର୍ଷ ଶେଷ ହେବା ବେଳକୁ କ୍ରୀଡା ଜଗତ ପାଇଁ ଏକ ଦୁଃଖ ଖବର ଆସିଛି । ଗୋଟିଏ ଯୁଗର ଅବସାନ ଘଟିଛି । ୩ ଥର ବିଶ୍ବକପ ବିଜେତା ଫୁଟବଲ କିମ୍ବଦନ୍ତୀ ପେଲେଙ୍କ ପରଲୋକ ହୋଇଛି । କ୍ୟାନ୍ସରରେ ପୀଡିତ ପେଲେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ବ୍ରାଜିଲ ଫୁଟବଲ ରାଜା ପେଲେ ୮୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି । ଗତବର୍ଷ ସେପ୍ଟେମ୍ବର ୨୧ ତାରିଖରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ଫୁଟବଲ କ୍ୟାରିଅରରେ ଅନେକ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ଏହି ତାରକା ।