ଭୁବନେଶ୍ୱର,ଏନ୍ଏନ୍ଏସ୍: ହକି ବିଶ୍ୱକପ ପାଇଁ ୩ଟି ସହରରେ ଅଧିକ କରୋନା ଟେଷ୍ଟିଂ ବ୍ୟବସ୍ଥା କରାଯିବ । ଭୁବନେଶ୍ୱର, ରାଉରକେଲା ଓ କଟକ ପାଇଁ ଅଧିକ ୩ଟି ଗାଡ଼ି ରହିବ । ୩ ସହର ପାଇଁ ଆବଶ୍ୟକ ହେଲେ ଅତିରିକ୍ତ ଷ୍ଟାଫ ରଖିବାକୁ ପରାମର୍ଶ ଦିଆଯାଇଛି । ୩ ସହରର ସମସ୍ତ ୟୁପିଏଚସି ଓ ୟୁସିଏଚସିରେ ଟେଷ୍ଟିଂ ବ୍ୟବସ୍ଥା ରହିବ । ୟୁପିଏଚସି ଓ ୟୁସିଏଚସିରେ ଆଣ୍ଟିଜେନ୍ ଓ ଆରଟି-ପିସିଆର ଟେଷ୍ଟ ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି ।