ଯେଉଁ ବ୍ୟକ୍ତି ମଦ ପିଇ ସଂସଦକୁ ଆସୁଥିଲା, ଆଜି ସେ ରାଜ୍ୟ ଚଲାଉଛି

ପଞ୍ଜାବ: ଶିରୋମଣୀ ଅକାଳୀ ଦଳ ସାଂସଦ ହରସିମରତ କୌର ବାଦଲ ନିଶା ପ୍ରସଙ୍ଗକୁ ନେଇ ଲୋକସଭାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଟାର୍ଗେଟ କରିଛନ୍ତି । ହରସିମରତ କହିଛନ୍ତି ଯେ, ଆମ ରାଜ୍ୟ ପଞ୍ଜାବର ମୁଖ୍ୟମନ୍ତ୍ରୀ କିଛି ମାସ ପୂର୍ବରୁ ସଦନରେ ବସୁଥିଲେ । ଯେଉଁ ବ୍ୟକ୍ତି ମଦ ପିଇ ସଂସଦକୁ ଆସୁଥିଲା, ଆଜି ସେ ରାଜ୍ୟ ଚଲାଉଛି । ମୁଖ୍ୟମନ୍ତ୍ରୀ ଯଦି ଏମିତି ତେବେ ରାଜ୍ୟ କିପରି ଚାଲୁଥିବ ଆପଣମାନେ ଅନୁମାନ କରନ୍ତୁ । ଆମକୁ ସଡ଼କରେ ‘ଡଣ୍ଟ ଡ୍ରିଙ୍କ ଏଣ୍ଡ ଡ୍ରାଇଭ’ ଲେଖା ଦେଖିବାକୁ ମିଳୁଛି, କିନ୍ତୁ ସେ ରାଜ୍ୟ ଚଲାଉଛନ୍ତି । ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହ ଜୋରରେ ହସୁଥିବା ଦେଖିବାକୁ ମିଳିଥିଲା ।