କରୋନା ଯୁଦ୍ଧରେ ଭାରତ ପାର କଲା ୨୨୦ କୋଟି ଟିକାକରଣ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଭାରତ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଭାରତରେ ଆଜିସୁଦ୍ଧା ୨୨୦ କୋଟି ଟିକାକରଣ ହୋଇଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ସୁରକ୍ଷିତ ଓ ସୁସ୍ଥ ଭାରତ ନିର୍ମାଣ ଲାଗି ଆମେ ନିରନ୍ତର ପ୍ରୟାସ ଜାରି ରଖିଥିବା ମାଣ୍ଡଭୀୟ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୨୧ ଜାନୁଆରୀ ୧୬ରେ ଟିକାକରଣ ଆରମ୍ଭ ହୋଇଥିଲା ।