କର୍ଣ୍ଣାଟକ ଓ ତାମିଲନାଡୁରେ ଏକାଧିକ ମେଗା ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଶନିବାର ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏବଂ ଆସନ୍ତା ୧୨ ତାରିଖରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୋଦି ।

ଗସ୍ତ ସମୟର ସମ୍ପୂର୍ଣ୍ଣ ବିବରଣୀନେଭେମ୍ବର ୧୧ ତାରିଖ ସକାଳ ୯.୪୫ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ସାଧୁ କବି କାନାକା ଦାସାଙ୍କ ପ୍ରତିମୂର୍ତ୍ତି ଏବଂ ବେଙ୍ଗାଲୁରୁର ବିଧାନସୌଧରେ ମହର୍ଷି ବାଲ୍ମିକୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବେ । ସରକାରୀ ଘୋଷଣା ଅନୁସାରେ, ଦିନ ୧୦.୨୦ ସମୟରେ ବେଙ୍ଗାଲୁରୁର କେଏସ୍‌ଆର୍‌ ରେଳ ଷ୍ଟେସନରେ ପତକା ଦେଖାଇ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନର ଶୁଭାରମ୍ଭ କରିବେ ।

ଦିନ ୧୧ଟା ୩୦ରେ ବେଙ୍ଗଲୁରୁ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ଏୟାରପୋର୍ଟର ଟର୍ମିନାଲ୍-୨ ଉଦଘାଟନ କରିବେ । ଏହାପରେ ମଧ୍ୟାହ୍ନ ୧୨ଟା ସମୟରେ ବେଙ୍ଗାଲୁରୁ ବିମାନ ବନ୍ଦର ଠାରେ ନଦପ୍ରଭୁ କେମ୍ପେଗୌଡ଼ାଙ୍କ ୧୦୮ ଫୁଟ ଉଚ୍ଚର ଏକ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ।