ନୂଆଦିଲ୍ଲୀ,ଏଜେନ୍ସି: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ (ଆଇପିଏଲ୍) ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ତଥା ଡିସେମ୍ବର ୨୩ ତାରିଖରେ କେରଳର କୋଚିରେ ଆଇପିଏଲ ନିଲାମୀ ହେବ । ୨୦୨୨ରେ ମେଗା (ବଡ) ନିଲାମୀ ହୋଇଥିଲା ମାତ୍ର ୨୦୨୩ ସଂସ୍କରଣରେ ମିନି (ଛୋଟ) ନିଲାମୀ ହେବ । ପୂର୍ବ ନିଲାମୀରେ ବଞ୍ଚିଥିବା ଟଙ୍କା ତାଙ୍କ ଦ୍ବାରା ଜାର କରାଯାଇଥିବା ଖେଳିଳୀଙ୍କ ମୂଲ୍ୟ ବ୍ୟତୀତ ପ୍ରତ୍ୟେକ ଖେଳାଳିଙ୍କ ପାଖରେ ନିଲାମୀରେ ଖର୍ଚ୍ଚ ହେବାକୁ ଥିବା ଅତିରିକ୍ତ ୫ କୋଟି ଟଙ୍କା ହେବ । ନିଲାମୀରେ ୯୫ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ରହିବ ।
ପଞ୍ଜାବ କିଙ୍ଗସ ପାଖରେ ପୂର୍ବ ବର୍ଷ ନିଲାମୀ ପରେ ସବୁଠୁ ଅଧିକ ୩.୪୫ କୋଟି ଟଙ୍କା ବଞ୍ଚିଥିଲା । ଲକ୍ଷ୍ନୌ ସୁପରଜିଣ୍ଟସ ତାର ସମସ୍ତ ଟଙ୍କା ଶେଷ କରି ଦେଇଥିଲା । ଚେନ୍ନାଇ ସୁପରକିଙ୍ଗସ ପାଖରେ ୨.୯୫ କୋଟି ଟଙ୍କା ଥିଲା । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୧,୫୫ କୋଟି, ରାଜସ୍ଥାନ ରୟାଲ୍ସ ୦.୯୫ କୋଟି ଏବଂ କୋଲକାତା ନାଇଟ ରାଇଡର୍ସ ପାଖରେ ୦.୪୫ କୋଟି ଟଙ୍କା ବଳିଥିଲା । ପୂର୍ବ ବର୍ଷ ଚମ୍ପିୟନ ଗୁଜୁରାଟ ଟାଇଟନ୍ସ ପାଖରେ ୦.୧୫ କୋଟି ଟଙ୍କା ବଳିଥିଲା । ଅନ୍ ୩ ଦଳ ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ୦.୧୦ କୋଟି ଟଙ୍କା ରହିଛି ।
ଆଇପିଏଲରେ ଡିସେମ୍ବର ଆରମ୍ଭରୁ ନିଲାମୀ ପାଇଁ ଖେଳାଳୀଙ୍କ ତାଲିକା ପ୍ରକାଶ ପାଇବ । ୧୫ ନଭେମ୍ବର ସୁଦ୍ଧା ତାଲିକା ପ୍ରକାଶ ପାଇବ । ପୂର୍ବ ବର୍ଷ ଫେବୃଆରୀରେ ଦୁଇଦିନ ମେଗା ନିଲାମୀ ହୋଇଥିଲା । ୨୦୨୩ ସଂସ୍କରଣ ପାଇଁ ଗୋଟିଏ ଦିନରେ ମିନି ନିଲାମୀ ଶେଷ ହେବ । ଏଥର ଅଲରାଉଣ୍ଡର ବେନ ଷ୍ଟୋକ, ସେମ କୁରେନ ଏବଂ କେମରନଙ୍କ ଭଲି ବିଦେଶୀ ଖେଳାଳୀଙ୍କ ଉପରେ ନଜର ରହିବ । ପଞ୍ଜାବ,ଦିଲ୍ଲୀ ଏବଂ ଲକ୍ଷ୍ନୌ ୨୦୨୨ରେ କେବଳ ୭ ବିଦେଶୀ ଖେଳାଳିଙ୍କୁ କିଣିଥିଲା ।
୨୦୨୨ରେ ସବୁଠୁ ଦାମୀ ଖେଳାଳି ଥିଲେ ଇଷାନ କିଶନ । ୧୫.୨୫ କୋଟିରେ କିଣିଥିବା ମୁମ୍ବାଇ । ୨୦୨୨ ସଂସ୍କରଣରେ ଟ୍ରଫି ହାତେଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ଦଳ ଗୁଜୁରାଟ ଟାଇଟନ୍ସ ।