୩ ମାସ ପରେ ସଞ୍ଜୟ ରାୱତଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାୱତଙ୍କୁ ଦୀର୍ଘ ୩ ମାସ ପରେ ମୁମ୍ବାଇର ପୀଏମଏଲଏ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ରାୱତଙ୍କୁ ମୁମ୍ବାଇ ଚୋଲ ଘୋଟାଲା ମାମଲାରେ ଇଡି ଗିରଫ କରିଥିଲା । ନଭେମ୍ବର ୨ ତାରିଖରେ ରାୱତଙ୍କ ନ୍ୟାୟିକ ହେପାଜତ ୧୪ ଦିନ ପାଇଁ ବଢ଼ାଯାଇଥିଲା । କିନ୍ତୁ ଜାମିନ ଆବେଦନ ବିଚାରକୁ ସୁରକ୍ଷିତ ରଖିବା ସହ ନଭେମ୍ବର ୯ ତାରିଖରେ ରାୟ ଶୁଣାଯିବ ବୋଲି ସ୍ଥିର ହୋଇଥିଲା । ଆଉ ଆଜି ଫଇସଲା ରାୱତଙ୍କ ସପକ୍ଷରେ ଯାଇଛି।

ସୂଚନାଯୋଗ୍ୟ, ସଞ୍ଜୟ ରାୱତଙ୍କୁ ଜୁଲାଇ ୩୧ରେ ଇଡି ଗିରଫ କରିଥିଲା । ରାୱତଙ୍କ ଜାମିନ ଶୁଣାଣି ତାରିଖ ବାରମ୍ବାର ପଢ଼ୁଥିଲେ ମଧ୍ୟ କୋର୍ଟ ସ୍ଥଗିତ ରଖି ଦେଉଥିଲେ ।