ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀ ସରକାରଙ୍କ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଏନେଇ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୂଚନା ପ୍ରଦାନ କରିଛନ୍ତି ।

ନୂଆ ଗାଇଡଲାଇନ ଅନୁସାରେ, ସରକାରୀ ଅଫିସ ୫୦ ପ୍ରତିଶତ କ୍ଷମତା ସହ କାର୍ଯ୍ୟ କରିବ । ଅନ୍ୟ ୫୦ ପ୍ରତିଶତ କର୍ମଚାରୀ କାଲିଠୁ ଘରୁ କାମ କରିବେ । ହଟ୍‌-ସ୍ପଟ ଏରିଆରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଲଗାଯିବ । ପ୍ରାଇମେରୀ ସ୍କୁଲ ବନ୍ଦ ରହିବା ସହ ୫ମରୁ ଉର୍‌ଦ୍ଧ୍ୱ କ୍ଲାସରେ ବାହ୍ୟ କାର୍ଯ୍ୟକଳାପ ଉପରେ ରୋକ ଲାଗିବ ।