ମୋରବୀ ପୋଲ ଦୁର୍ଘଟଣା: ୧୩୪ ମୃତ ଓ ୯ ଅଟକ

ଗୁଜରାଟ: ଗୁଜରାଟର ମୋରବୀରେ ହୋଇଥିବା ହୃଦୟ ବିଦାରକ ଦୁର୍ଘଟଣାରେ ୧୩୪ ଜଣଙ୍କର ମୃତ୍ୟୁ ଘଟିଛି । ମଚ୍ଛୁ ନଦୀରେ ହୋଇଥିବା କେବୁଲ ବ୍ରିଜ ଭାଙ୍ଗିବା ଯୋଗୁ ଅନେକ ଲୋକ ପାଣିରେ ପଡ଼ି ଯାଇଥିଲେ । ରେସ୍କ୍ୟୁ ଅପରେସନ ଜାରି ରହିଥିବାବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉକ୍ତ ମାମଲାରେ ୯ଜଣଙ୍କୁ ଅଟକ ମଧ୍ୟ କରାଯାଇଛି। ଏମାନଙ୍କୁ ଜେରା ଚାଲିଥିବାବେଳେ ଘଟଣାସ୍ଥଳରେ ଏସଆଇଟି ଟିମ୍ ମଧ୍ୟ ମହଜୁଦ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମୋରବୀ ପହଞ୍ଚି ପୀଡ଼ିତ ପରିବାରଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ରେସ୍କ୍ୟୁ ଅପରେସନର ସମୀକ୍ଷା କରିଛନ୍ତି ।