ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଯାଇଛି ସିଲଭର ଟ୍ରମ୍ପେଟ୍ ଓ ଟ୍ରମ୍ପେଟ୍ ବ୍ୟାନର ସମାରୋହ । ନିଜ ଅଙ୍ଗରକ୍ଷୀ ବାହିନୀକୁ ସିଲଭର ଟ୍ରମ୍ପେଟ ବ୍ୟାନରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମାରୋହରେ ରାଷ୍ଟ୍ରପତି ମୁର୍ମୁ ଅଙ୍ଗରକ୍ଷକ ବାହିନୀର ଅଭିବାଦନ ଗ୍ରହଣ କରିବା ସହ ସମ୍ବୋଧିତ ମଧ୍ୟ କରିଥଲେ । ପରେ ଏକ ଅଡିଓ ଭିଜୁଆଲ୍ ପ୍ରେଜେଣ୍ଟେସନ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।
ଅଙ୍ଗରକ୍ଷକ ବାହିନୀରେ ସ୍ବତନ୍ତ୍ର ତାଲିମପ୍ରାପ୍ତ ଅଶ୍ବାରୋହୀମାନେ ପରେଡରେ ଅଂଶଗ୍ରହଣ କରିଥଲେ । ୧୯୫୭ ମସିହାରେ ତତ୍କାଳୀନ ତଥା ସ୍ବାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ଡ଼.ରାଜେନ୍ଦ୍ର ପ୍ରସାଦ ପ୍ରଥମ ଥର ଅଙ୍ଗରକ୍ଷକ ବାହିନୀକୁ ଏହି ଟ୍ରେମ୍ପେଟ ବ୍ୟାନରରେ ସମ୍ମାନିତ କରିଥିଲେ । ୧୭୭୩ ମସିହାରେ ଗଠନ ହୋଇଥିବା ଏହି ଅଙ୍ଗରକ୍ଷକ ବାହିନୀ ଚଳିତବର୍ଷ ୨୫୦ ବର୍ଷ ପୂରଣ କରୁଛି ।