ନୂଆଦିଲ୍ଲୀ: କଂଗ୍ରେସର ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପଦ ସମ୍ଭାଳିବା ପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଖଡ଼ଗେ କଂଗ୍ରେସ ୱାର୍କିଂ କମିଟି ବଦଳରେ କଂଗ୍ରେସ ଷ୍ଟିୟରିଂ କମିଟି ଗଠନ କରିଛନ୍ତି । ଏହି କମିଟିରେ ଗାନ୍ଧି ପରିବାରର ସଦସ୍ୟ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ମୋଟ ୪୭ଜଣ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ଏହି କମିଟି କଂଗ୍ରେସ ୱାର୍କିଂ କମିଟି ସ୍ଥାନରେ କାମ କରିବ । ଆଜି ସକାଳେ କଂଗ୍ରେସ ୱାର୍କିଂ କମିଟିର ସଦସ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ ।
ମଲ୍ଲିକାର୍ଜୁନ ଖଡ଼ଗେ ପଦଭାର ସମ୍ଭାଳିବା ପରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, ଏହି ପଦରେ ଦୀର୍ଘ ୨୩ ବର୍ଷ କାମ କରିଥିବାରୁ ମୁଁ ଏବେ ଆଶ୍ୱସ୍ତ ଅନୁଭବ କରୁଛି । ନିଜର ପୂର୍ଣ୍ଣ କ୍ଷମତା ସହ କର୍ତ୍ତବ୍ୟ ପାଳନ କରିଥିଲି । ଆଜି ମୁଁ ଏହି ଦାୟିତ୍ତ୍ୱରୁ ମୁକ୍ତ ହୋଇଗଲି । ଏହି ବଡ଼ ଦାୟିତ୍ୱ ଏବେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ହାତରେ ରହିଛି ।