Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗଣଶିକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର ଏବଂ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ୨୯ରେ କଂଗ୍ରେସର ନବୀନ ନିବାସ ଘେରାଇ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗଣଶିକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର ଏବଂ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ୨୯ରେ କଂଗ୍ରେସର ନବୀନ ନିବାସ ଘେରାଇ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କର ଯେଉଁ ସମ୍ପୃକ୍ତି ରହିଛି ତାହା ସାଧାରଣରେ ପ୍ରକଟିତ ହେବା ପରେ ଓଡ଼ିଶାର ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ସମୀର ଦାସଙ୍କୁ ଆଉ ଗଣଶିକ୍ଷା ମନ୍ତ୍ରୀ ଭାବେ ଦେବା ପାଇଁ ଗ୍ରହୁଁନାହାଁନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ବୁଧବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ୟାସିର ନକ କହିଛନ୍ତି । ଜଣେ ଘୃଣିତ ବ୍ୟକ୍ତି ଓଡ଼ିଶାର ଅଗଣିତ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ କି ଦିଗ୍‌ଦର୍ଶନ ଦେବେ ? କୌଣସି ସଭାସମିତିରେ ମଧ୍ୟ ତାଙ୍କର ଉପସ୍ଥିତି ଲଜ୍ଜାଜନକ । ସବୁଠାରୁ ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସାଧୁ ରାଜନେତା ମାନଙ୍କୁ ସୁରକ୍ଷା ଦେବାରେ ସିଦ୍ଧହସ୍ତ ବୋଲି ୟାସିର କହିଛନ୍ତି । ତାଙ୍କର ୨୨ ବର୍ଷ ଶାସନ କାଳରେ ସେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କର କଳା କାରନାମାକୁ ଘୋଡ଼ାଇ ଚାଲିଛନ୍ତି । ଏହା ସ୍ପଷ୍ଟ ଯେ, ବିଜୁ ଜନତା ଦଳର ୮୦ ଭାଗ ବିଧାୟକ ଓ ମନ୍ତ୍ରୀମାନେ ଅପରାଧୀ ଏବଂ ଏହି ଅପରାଧୀ ମାନଙ୍କ ସମ୍ରାଟ ହେଉଛନ୍ତି ମୁଖ୍ୟମନ୍ତ୍ରୀ ।

ଜିଲ୍ଲାପରିଷଦ ଧର୍ମେନ୍ଦ୍ର ସାହୁ ମନ୍ତ୍ରୀ ସମୀର ଦାସଙ୍କ ଚାପରେ, ଉତ୍ପୀଡ଼ନରେ ଏବଂ କଳଙ୍କିତ କାର୍ଯ୍ୟରେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ମୁଖ୍ୟ ଶାସନ ସଚିବ ଏବଂ ଡିଜିଙ୍କ ମିଳିତ ଉଦ୍ୟମରେ ସମସ୍ତ ପ୍ରମାଣକୁ ନଷ୍ଟ କରାଯାଉଛି । ଧର୍ମେନ୍ଦ୍ର ସାହୁ ତାଙ୍କର ବନ୍ଧୁଙ୍କୁ ମନ୍ତ୍ରୀ ଏବଂ ଅନ୍ୟ ୬ ଜଣଙ୍କ ଅତ୍ୟାରର ପାଇଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ପଷ୍ଟ ଭାବେ ଫୋନରେ କହିଛନ୍ତି ଏବଂ ତାଙ୍କର ବନ୍ଧୁ ଏହାର ଅଡ଼ିଓକୁ ସାର୍ବଜନୀନ କରିଛନ୍ତି ।

ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ସାହୁ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ ଯେ, ତାଙ୍କ ମୋବାଇଲ ଫୋନ୍ ଦୁଇଟିରେ ତାଙ୍କର ମୃତ୍ୟୁ ସମ୍ପର୍କିତ ତଥ୍ୟ ରହିଛି । ଏବେ ଦୁଇଟି ଯାକ ଫୋନ ପୁଲିସ ହାତରେ । ପୂର୍ବରୁ ରୁଚିକା ମହାନ୍ତି, ମମିତା ମେହେର ଘଟଣାରେ ପୁଲିସ ମୋବାଇଲର ତଥ୍ୟକୁ ଉପସ୍ଥାପନା କରିନାହାନ୍ତି । ଏହି ଘଟଣାରେ ଏହି ଦୁଇଟି ମୋବାଇଲ ସିଙ୍ଗାପୁର ତ ଯାଇନାହିଁ, ଓଡ଼ିଶା ପୁଲିସର ପେଡ଼ି ଭିତରେ ରଖାଯାଇଛି । ମୁଖ୍ୟମନ୍ତ୍ରୀ ଏବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୁରକ୍ଷା କବଚ ସାଜିଛି ବୋଲି କହିଛନ୍ତି । ସୁତରାଂ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଓଡ଼ିଶାର ଜନସାଧାରଣ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ସ୍ଵଚ୍ଛତା, ନିରପେକ୍ଷତା ଓ ସାଧୁତା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ଗଣଶିକ୍ଷାମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ଓ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରୁଛି । ମାନ୍ୟବର ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏହି ଘଟଣାର ଏସ୍ଆଇଟି ତଦନ୍ତ ପାଇଁ ଛାତ୍ର କଂଗ୍ରେସ ଦାବି କରିଛି । ଗଣଶିକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର ଏବଂ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଆସନ୍ତା ଶନିବାର ୨୯ ତାରିଖ ଦିନ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବ ବୋଲି ସଭାପତି ଶ୍ରୀ ନୱାଜ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ରକତ ଚୌଧୁରୀ, ପ୍ରକାଶ ମିଶ୍ର, ନଳିନୀକାନ୍ତ ନାୟକ, ରଞ୍ଜିତ ସେନାପତି ଓ ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।