ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ-ବସ ଧକ୍କାରେ ୧୪ ଶ୍ରମିକ ମୃତ, ୪୦ ଆହତ

ଭୋପାଳ,ଏଜେନ୍ସି: ମଧ୍ୟପ୍ରଦେଶ ରେୱା ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ୍ ସହ ବସ୍ ଧକ୍କା ହେବା ଯୋଗୁଁ ୧୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏଥିରେ ୪୦ ଯାତ୍ରୀ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ରେୱା ଜିଲ୍ଲାର ସୋହାଗି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ତେବେ ଏହି ବସ୍‌ଟି ହାଇଦ୍ରାବାଦର ସିକନ୍ଦରାବାଦରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିଲା । ଏଥିରେ ୧୦୦ରୁ ଅଧିକ ଯାତ୍ରୀ ଥିଲେ । ବସ୍ ଭାରସାମ୍ୟ ହରାଇ ସୋହାଗି ଠାରେ ଏକ ଟ୍ରକ ସହ ପିଟି ହୋଇଥିବା ସୂଚନା ମିଳିଛି ।