ଆସାମ: ଭାରତର ପ୍ରାଚୀନ ଭାଷା ମଧ୍ୟରେ ସଂସ୍କୃତ ଅନ୍ୟତମ । ଏମିତିରେ ଆସାମର ଏକ ଗାଁ ରହିଛି ଯାହାକି ‘ସଂସ୍କୃତ ଗାଁ’ ନାମରେ ପରିଚିତ । ଉକ୍ତ ଗାଁର ସବୁ ଲୋକ ୨୦୧୫ରୁ ସଂସ୍କୃତ ଭାଷାରେ କଥା ହେଉଛନ୍ତି ।
ଏହି ସଂସ୍କତ ଗାଁର ମୂଳନାମ ହେଉଛି ପଟିୟାଲା ଯାହାକି କମୀରଗଞ୍ଜ ଜିଲ୍ଲାର ରାତାବାରୀ ବିଧାନସଭା କ୍ଷେତ୍ରରେ ଆସିଥାଏ । ଗାଁରେ ପାଖାପାଖି ୬୦ ପରିବାର ରହୁଛନ୍ତି ଯେଉଁଥିରେ ପାଖାପାଖି ୩୦୦ ଲୋକ ଅଛନ୍ତି । ଏଠାକାର ପିଲାଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସଂସ୍କୃତ ଭାଷାକୁ ନେଇ ବେଶ୍ ଗର୍ବିତ । ଗ୍ରାମବାସୀ ଆଗାମୀ ପୀଢ଼ୀକୁ ଏହି ଭାଷା କହିବା ପାଇଁ ପ୍ରୋତ୍ସାହିତ କରି ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ।