ଭକ୍ତି ଯାତ୍ରା ପରେ ଚୀନ ସୀମାରେ ପହଞ୍ଚିଲେ ମୋଦୀ

ଉତ୍ତରାଖଣ୍ଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି । ମୋଦୀ ବଦ୍ରିନାଥରେ ପୂଜା କରିବା ପରେ ଭାରତ-ଚୀନ ସୀମା ସେଟ ମାଣା ଗାଁ ପହଞ୍ଚିଥିଲେ । ଏଠାରେ ସରସ ମେଳାକୁ ଯାଇ ସ୍ଥାନୀୟ ଉତ୍ପାଦନ ସମ୍ପର୍କରେ ପଚାରି ବୁଝିଥିଲେ । ପରେ ମାଣା ଗାଁରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ମୋଦୀ କହିଛନ୍ତି ଯେ, ବାବାଙ୍କ ଆଦେଶରେ ଗତଥର ଯେତେବେଳେ ଆସିଥିଲି ଏମିତି କିଛି ଶଦ୍ଦ କହିଥିଲି ଯଉଟାକୁ ମୋର ନଥିଲା । ଚଳିତ ଦଶକ ଉତ୍ତରାଖଣ୍ଡର ହେବ ବୋଲି ମୋ ମୁହଁରୁ ବାହାରି ଯାଇଥିଲା । ଏହି ଶଦ୍ଦ ଉପରେ ବାବାଙ୍କର ନିରନ୍ତର ଆର୍ଶୀବାଦ ରହିବ ବୋଲି ମୋର ବିଶ୍ୱାସ ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ମୁଁ ଆଜି ନୂଆ ପରିଯୋଜନା ସହ ପୁଣି ସେହି ସଙ୍କଳ୍ପକୁ ଦୋହରାଇବାକୁ ଆସିଛି । ମୋତେ ଆଜି ଆପଣମାନଙ୍କୁ ଭେଟିବାର ସୁଯୋଗ ମିଳିଛି ।