ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ମୋରେନାରେ ଏକ ଅବୈଧ ବାଣ ଗୋଦାମରେ ବିସ୍ଫୋରଣ ଘଟିଛି । ପଥର ଖଣ୍ଡ ତଳେ ଦବି ରହିଥିବା ୩ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ୭ଜଣ ଗୁରୁତର ହୋଇଛନ୍ତି । ଏଥିସହିତ ଆଉ କିଛିଜଣ ପଥର ତଳେ ଦବି ରହିଥିବା ନେଇ ଅନୁମାନ କରାଯାଉଛି । ସୂଚନା ପାଇ ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏନେଇ ମୁରେନା ଜିଲ୍ଲାପାଳ ବକ୍କୀ କାର୍ତ୍ତିକେୟନ ସୂଚନା ପ୍ରଦାନ କରିଛନ୍ତି ।