ଚାଷୀଙ୍କୁ ମିଳିଲା ପିଏମ୍ କିଷାନର ୧୨ତମ କିସ୍ତି

ନୂଆଦିଲ୍ଲୀ: ଚାଷୀଙ୍କ ଖାତାକୁ ୧୨ତମ କିସ୍ତି ନୂଆଦିଲ୍ଲୀ: ଦେଶର ପାଖାପାଖି ୧୨ କୋଟି କୃଷକଙ୍କୁ କେନ୍ଦ୍ର ସରକାର ଦୀପାବଳି ଉପହାର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଦେଶର କୃଷକଙ୍କୁ ଖାତାକୁ ୧୨ତମ କିସ୍ତି ପଠାଯାଇଛି । ଏଥିରେ ୧୨ କୋଟି କୃଷକଙ୍କ ଖାତାକୁ ମୋଟ ୧୬ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଫଳରେ ସମସ୍ତ କୃଷକଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାରେ ‘ପିଏମ କୃଷକ ସମ୍ମାନ ସମ୍ମିଳନୀ ୨୦୨୨’ର ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦୀ ସମଗ୍ର ଦେଶର ୬୦୦ଟି ପିଏମ କୃଷି ସମୃଦ୍ଧି କେନ୍ଦ୍ରର ଉଦଘାଟନ କରିଛନ୍ତି । ଏଥିରେ ଦେଶର ସମସ୍ତ କ୍ଷୁଦ୍ର ୟୁରିଆ କେନ୍ଦ୍ରକୁ ପିଏମ କୃଷି ସମୃଦ୍ଧି କେନ୍ଦ୍ର ରୂପେ ବିକଶିତ କରାଯାଇଥିବା ଜଣାପଡ଼ିଛି ।