ହାଇଦ୍ରାବାଦ,ଏନ୍ଏନ୍ଏସ୍: ଓଡ଼ିଶାରେ ଶିଳ୍ପାୟନ ନେଇ ରାଜ୍ୟ ସରକାରଙ୍କ ଉଦ୍ୟମ । ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିବା ସହ ଶିଳ୍ପପତିଙ୍କ ସହିତ ୱାନ ଟୁ ୱାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ଶିଳ୍ପାୟନ ପାଇଁ କାହିଁ ସର୍ବୋକୃଷ୍ଟ ସେନେଇ ଶିଳ୍ପପତିଙ୍କୁ ବୁଝାଇବେ ନବୀନ । ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ଯାଏଁ ଭୁବନେଶ୍ବରରେ ହେବ ମେକ ଇନ ଓଡିଶା-୩ ସଂସ୍କରଣ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ଗତ ଜୁଲାଇ ମାସରେ ଦୁବାଇ ଏବଂ ଏହାପରେ ଗତ ସେପ୍ଟେମ୍ବର ମାସରେ ପର୍ଯ୍ୟାୟକ୍ରମେ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଯାଇ ଶିଳ୍ପପତିଙ୍କ ସହିତ ଭେଟି ୱାନ ଟୁ ୱାନ ଆଲୋଚନା କରିଛନ୍ତି । ଏଥି ସହିତ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ନେଇ ବିଜନେସ ଟାଇକୁଣ୍ଡମାନଙ୍କୁ ପ୍ରବର୍ତ୍ତାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡିଶା ସରକାରଙ୍କ ପକ୍ଷରୁ ଆଜି (ଅକ୍ଟୋବର ୧୭)ରେ ହାଇଦ୍ରାବାଦରେ ହେବ ଓଡି଼ଶା ଇନଭେଷ୍ଟର୍ସ ମିଟ । ହାଇଦ୍ରାବାଦରେ ହେବ ପଞ୍ଚମ ତଥା ଶେଷ ଓଡି଼ଶା ଇନଭେଷ୍ଟର୍ସ ମିଟ । ଓଡିଶାକୁ ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଉଦ୍ୟମ କରାଯାଉଛି । ଓଡିଶାକୁ କିଭଳି ଅଧିକରୁ ଅଧିକ ପୁଞ୍ଜି ନିବେଶକ ଆସିବେ ଏବଂ ପୁଞ୍ଜି ନିବେଶ କରିବେ ସନେଇ ମୁଖ୍ୟମନ୍ତ୍ରୀ ନିଜେ ଉଦ୍ୟମ ଚଳାଇଛନ୍ତି । ଓଡିଶାରେ ଶିଳ୍ପ ପ୍ରତିଷ୍ଠା କରିଲେ କଣ କଣ ସୁବିଧା ଦିଆଯିବ ସେନେଇ ହାଇଦ୍ରାବାଦରେ ନିବେଶକଙ୍କ ସହ ସିଧାସଳଖ ଅର୍ଥାତ ୱାନ ଟୁ ୱାନ ଆଲୋଚନା କରିବେ । ଏହି ଅବସରରେ ହାଇଦ୍ରାବାଦର ହୋଟେଲ ତାଜ କ୍ରିଷ୍ଣାରେ ଓଡି଼ଶା ଇନଭେଷ୍ଟର୍ସ ମିଟ ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଶିଳ୍ପମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।