ରାଷ୍ଟ୍ରପତିଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋତିଆବିନ୍ଦୁ ଆସ୍ତ୍ରୋପ୍ରଚାର ହୋଇଛି । ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ ସେନା ହସ୍ପିଟାଲରେ ରାଷ୍ଟ୍ରପତିଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର ହୋଇଛି । ବର୍ତ୍ତମାନେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ସୂଚନା ମିଳିଛି ।

ରବିବାର ୬୪ ବର୍ଷୀୟା ଦ୍ରୌପଦୀ ମୁର୍ମୁଙ୍କର ବାମ ଆଖିରେ ମୋତିଆବିନ୍ଦୁ ଆସ୍ତ୍ରୋପ୍ରଚାର କରାଯାଇଛି । ହସ୍ପିଟାଲ ବିଶେଷଜ୍ଞ ଡାକ୍ତର ବ୍ରିଗେଡିୟର ଏସ୍.କେ ମିଶ୍ର ଓ ତାଙ୍କ ଟିମ ଏହି ଅସ୍ତ୍ରୋପ୍ରଚାର କରିଥିଲେ । ଅସ୍ତ୍ରୋପ୍ରଚାର ସଫଳ ହୋଇଛି ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ତାଙ୍କୁ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏନେଇ ରାଷ୍ଟ୍ରପତି ଭବନ ମୁଖପାତ୍ର ସୂଚନା ଦେଇଛନ୍ତି ।