ଆସାମ: ଗୃହମନ୍ତ୍ରୀ ଅମିତ ଶାହ ଆସାମର ଗୌହାଟୀରେ ନବନିର୍ମିତ ବିଜେପି ରାଜ୍ୟ ମୁଖ୍ୟାଳୟର ଉଦଘାଟନ କରିଛନ୍ତି। ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ଶାହ କଂଗ୍ରେସକୁ ଖୁବ୍ ଟାର୍ଗେଟ କରିଛନ୍ତି । ଶାହ କହିଛନ୍ତି ଯେ, ଆଜି ମୁଁ ଆସାମକୁ ଗୃହମନ୍ତ୍ରୀ ନୁହେଁ ବରଂ ବିଜେପିର ଜଣେ କାର୍ଯ୍ୟକର୍ତ୍ତା ହିସାବରେ ଆସିଛି ।
କଂଗ୍ରେସକୁ ଆକ୍ଷେପ କରି ଅମିତ ଶାହ କହିଛନ୍ତି ଯେ, ଆସାମର ମହାନ ଭୂମିକୁ କଂଗ୍ରେସ ଆତଙ୍କଲ୍ୟାଣ୍ଡରେ ପରିଣତ କରିଛି । ଯଦି ଆସାମରେ ବିକାଶ ନହୁଏ ତେବେ ଉତ୍ତର-ପୂର୍ବ ପାଇଁ ଏକ ବଡ଼ ସମସ୍ୟା ହେବ ବୋଲି ଲୋକେ ସର୍ବଦା ଚିନ୍ତିତ ରହୁଥିଲେ । ଆସାମର ସମସ୍ୟା ପଛରେ କଂଗ୍ରେସର ହାତ ଥିଲା । ବିଦ୍ୟାର୍ଥୀ ପରିଷଦ ଦିନରେ ମୁଁ କଦାପି ଭାବିନଥିଲି ବିଜେପି ନିଜ ବଳରେ ଆସାମରେ ସରକାର ଗଠନ କରିବ । ୨୦୧୪ରୁ ୨୦୨୨ର ଅଳ୍ପ ସମୟ ମଧ୍ୟରେ ଆଜି ପୁରା ନର୍ଥ ଇଷ୍ଟ ଏବଂ ଆସାମ ବିକାଶ ଦିଗରେ ଆଗେଇ ଚାଲିଛି ।