ଭୁବନେଶ୍ୱର,ଏନ୍ଏନ୍ଏସ୍: ମା ସୁନାଦେଇ ପ୍ରଡ଼କ୍ସନ ପକ୍ଷରୁ ପ୍ରଥମ ମ୍ୟୁଜିକ ଅଡ଼ିଓ ‘ଗୋଟିଏ ବୋଲି ହୃଦୟ’ର ରିଲିଜ୍ ନେଇ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ୩୦ ତାରିଖରେ ଆଦର୍ଶ ଏଣ୍ଟରଟେନମେଣ୍ଟରେ ରିଲିଜ ହେବାକୁ ଯାଉଛି ଏହି ଗୀତ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ ଭାବେ ରାଜ୍ୟସଭା ସଦସ୍ୟ ମୁନ୍ନା ଖାଁ ଯୋଗଦେଇ କହିଲେ ଯେ, କରୋନା ମହାମାରୀ ୨ ବର୍ଷ ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏପରି ପ୍ରଡ଼କ୍ସନର ଆବଶ୍ୟକତା ରହିଛି ଏବଂ ଏହା ଯୁବ କଳାକାରମାନଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ସହାୟକ ହେବ।
ଏହି କାର୍ଯ୍ୟକ୍ରମରେ ପାଣ୍ଡବ ଜେନା ଫାଉଣ୍ଡେସନର ସଭାପତି ସନ୍ତୋଷ କୁମାର ଜେନା, ସମାଜସେବୀ ବିକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରଯୋଜକ ଶିବିର କୁମାର ପରିଡ଼ା, କେଦାର ପଟ୍ଟନାୟକ, କବି ଓ ଲେଖକ ରଶ୍ମି କର, ସଂଯୁକ୍ତା ପାଣିଗ୍ରାହୀ, ଅଜିତ ପ୍ରସାଦ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ମ୍ୟୁଜିକ ଭିଡ଼ିଓର ନାୟକ, ନାୟିକା ଓମ୍ ଓ ବବଲି, ନିର୍ଦ୍ଦେଶକ କିଙ୍ଗଷ୍ଟାର ରାଜା, ସଙ୍ଗୀତ ନିର୍ଦ୍ଦେଶକ ସତ୍ୟ ରଞ୍ଜନ ବଳ, ସଂଗ୍ରାମ କେଶରୀ ଜେନା, ମାମୁନି, ବିଶ୍ୱରଞ୍ଜନ ନାୟକ, ବିଜୟ ବେହେରା, ଦେବଜ୍ୟୋତି ପାତ୍ର, ଲିପୁନ, ବିକାଶ, ରାମ ମାଝୀ, ଗୁରୁ ଚରଣ ସାହୁ ପ୍ରମୁଖ ଯୋଗଦେଇଥିଲେ। ପ୍ରଯୋଜକ ପ୍ରଭାତୀ ବାରିକ ଓ ବିବେକ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।