୨ ମୋବାଇଲ ଚୋର ଗିରଫ

ଭୁବନେଶ୍ବର,ଏନ୍ଏନ୍‌ଏସ୍: ଗତ ସେପ୍ଟେମ୍ବର ୨୫ ତାରିଖରେ ଅଭିଯୋଗକାରିଣୀଙ୍କ ଅଭିଯୋଗକ୍ରମେ ଇନ୍ଫୋ ଭ୍ୟାଲି ଥାନାରେ ମୋବାଇଲ ଫୋନ୍‌ ଲୁଟ ନେଇ ମାମଲା ରୁଜୁ କରାଯାଇଥିଲା। ଇନ୍ଫୋ ଭ୍ୟାଲି ଥାନା ପୁଲିସ ମାମଲାର ତଦନ୍ତ କରି ଆଜି ନିମ୍ନୋକ୍ତ ଅପରାଧର ଅଭିଯୁକ୍ତ ଦ୍ଵୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।

ସୂଚନା ଯୋଗ୍ୟ ଯେ, ଗତ ୨୦ ତାରିଖ ମଧ୍ୟାନ ସମୟରେ ଅଭିଯୋଗକାରିଣୀଙ୍କ ପୁଅ ଏନ୍ଆଇଆଇଏସ୍‌ କଲେଜରେ ପ୍ରାନ୍ତରେ ଘରକୁ ଆସିବା ପାଇଁ ଅପେକ୍ଷା କରିଥିଲେ। ଉକ୍ତ ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ଏକ ପଲସର ବାଇକ୍‌ରେ ଆସିଥିଲେ ଏବଂ ତାଙ୍କ ହାତରୁ ମୋବାଇଲ ଫୋନ୍‌ ଛଡାଇନେଇ ପଳାଇଥିଲେ। ଅଭିଯୋଗକାରୀଣୀ ଏନେଇ ଇନ୍ଫୋ ଭ୍ୟାଲି ଥାନାରେ ଅଭିଯୋଗକାରିବା ପରେ ପୁଲିସ ତଦନ୍ତ ଆରମ୍ଭ କରି ଗତ ରାତିରେ ଅଭିଯୁକ୍ତଙ୍କ ଘରେ ଚଢଉ କରି କାବୁ କରିଥିଲେ ଏବଂ ସେମାନଙ୍କ ହେପଜତରୁ ୩ଟି ମୋବାଇଲ ଫୋନ ଏବଂ ଅପରାଧରେ ବ୍ୟବହୃତ ମୋଟରସାଇକେଲଟିକୁ ଜବତ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ। ଅଭିଯୁକ୍ତମାନେ ଭୁବନେଶ୍ବରର ଏୟାରଫିଲ୍ଡ ଅଞ୍ଚଳରେ ରହୁଥିବା ଜଣାପଡ଼ିଥିବା ବେଳେ ସେମାନେ ହେଲେ ଲଳିତା ମୋହନ ବେହୁରା(୨୮) ଓ ତୋଫାନ୍‌ ଭରିମାଲ(୩୫)।

ତଦନ୍ତ ସମୟରେ ଅଭିଯୁକ୍ତ ମାନେ ଭୁବନେଶ୍ୱର ଏବଂ ତାର ଆଖପାଖ ଅଞ୍ଚଳରେ ଏହିପରି ଅନେକ ଚୋରି ଏବଂ ଲୁଟ କରିଥିବା ସ୍ଵୀକାର କରିଥିଲେ। ଗତ ଫେବୃୟାରୀ ମାସରେ ଅଭିଯୁକ୍ତମନେ ଦୟା ଓଭାର ବ୍ରିଜ ନିକଟରୁ ଜଣେ ପଥଚାରୀଙ୍କ ଠାରୁ ମୋବାଇଲ ଲୁଟ କରିଥିଲେ ଯାହା ସେମାନଙ୍କ ଠାରୁ ଜବତ କରଯାଇଛି। ଆଜି ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରଯାଇଛି।