ସୋନାଲୀ ଫୋଗାଟ ମୃତ୍ୟୁ ମାମଲାର ସିବିଆଇ ଯାଞ୍ଚ

ବିଜେପି ନେତା ତଥା ଅଭିନେତ୍ରୀ ସୋନାଲୀ ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିବିଆଇ ଯାଞ୍ଚର ସୁପାରିସ କରାଯାଇଛି । ଡିଓପୀଟୀ ମନ୍ତ୍ରଣାଳୟକୁ ସିବିଆଇ ଯାଞ୍ଚ କରିବାକୁ ଗୃହ ମନ୍ତ୍ରଣାଳୟ ଚିଠି ଲେଖିଥିବା ଜଣାପଡ଼ିଛି । ଏହାପୂର୍ବରୁ ଆଜି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସରକାର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ବିଜେପି ନେତା ସୋନାଲୀ ଫୋଗାଟଙ୍କ ମୃତ୍ୟୁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଅନୁରୋଧ କରିବେ ବୋଲି କହିଥିଲେ।

ସୂଚନାଯୋଗ୍ୟ, ହରିୟାଣାସ୍ଥିତ ହିସାରର ବିଜେପି ନେତ୍ରୀ ଗତ ମାସ ଗୋଆରେ ମୃତ୍ୟୁବରଣ କରିଥିଲେ ।