Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାଜ୍ୟବାସୀଙ୍କୁ ନୂଆଁଖାଇ ଜୁହାର ଜଣାଇଲେ ରାଷ୍ଟ୍ରପତି ସମେତ ବିଶିଷ୍ଟ ବ୍ୟକ୍ତି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାଜ୍ୟବାସୀଙ୍କୁ ନୂଆଁଖାଇ ଜୁହାର ଜଣାଇଲେ ରାଷ୍ଟ୍ରପତି ସମେତ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି ପଶ୍ଚିମ ଓଡିଶାର ଗଣପର୍ବ ତଥା କୃଷିଭିତ୍ତିକ ପର୍ବ ନୂଆଁଖାଇ । ଏନେଇ ଉତ୍ସବମୁଖର ହୋଇଉଠିଛି ପୁରଠୁ ପଲ୍ଲୀ । ନୂଆଁଖାଇ ଅବସରରେ ରାଜ୍ୟବାସୀଙ୍କ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟ୍ବିଟ କରି ରାଷ୍ଟ୍ରପତି ନୂଆଖାଇ ଜୁହାର ଜଣାଇଛନ୍ତି, ନୂଆଁଖାଇ ଅବସରରେ ‘‘ମୁଁ ଓଡ଼ିଶାର ଭାଇ ଓ ଭଉଣୀ ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳର ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ସ୍ନେହ,ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଏହି ଅନନ୍ୟ ଗଣପର୍ବ ସମସ୍ତଙ୍କ ପାଇଁ ସୁଖ,ଶାନ୍ତି ଓ ସମୃଦ୍ଧି ଆଣୁ,ଏହା ମୋର ଆନ୍ତରିକ କାମନା”।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । ଏକ ଭିଡିଓ ବାର୍ତ୍ତା ଜରିଆରେ ସମସ୍ତଙ୍କୁ ନୂଆଁଖାଇର ଜୁହାର ଜଣାଇବା ପରେ ମା’ ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପ୍ରଧାନମନ୍ତ୍ରୀ ଟ୍ବିଟରେ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ”ନୂଆଁଖାଇ ଜୁହାର୍,ସମସ୍ତଙ୍କୁ ଏହି ବିଶେଷ ଦିନର ହାର୍ଦ୍ଦିକ ଶୁଭେଚ୍ଛା । କଠିନ ପରିଶ୍ରମ କରି ଦେଶବାସୀଙ୍କୁ ଖାଦ୍ୟାନ୍ନ ଯୋଗାଉଥିବା ଆମର ଚାଷୀ ଭାଇ ମାନଙ୍କୁ କୃତଜ୍ଞତା ଜଣାଇବାର ଏହି ଅବସର । ଆମ ସମାଜ ପ୍ରଗତିର ନୂଆ ଉଚ୍ଚତାରେ ପହଞ୍ଚୁ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ବୋଲି କହିଛନ୍ତି ମୋଦୀ” ।

ନୂଆଁଖାଇ ଅବସରରେ ରାଜ୍ୟପାଳ ଗଣେଶୀ ଲାଲ ଶୁଭେଚ୍ଛା ଜଣାଇଛନ୍ତି। ସୁଖ, ଶାନ୍ତି, ମୈତ୍ରୀ ଓ ଆନନ୍ଦର ପରମ୍ପରା ଏବଂ ପର୍ବ ‘ନୂଆଁଖାଇ’ ପାଳନ ଅବସରରେ ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ ସମଗ୍ର ରାଜ୍ୟ ବିଶେଷ କରି ପଶ୍ଚିମ ଓଡିଶାର ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମଧ୍ୟ ନୁଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟରରେ ଏକ ଭିଡିଓ ଜାରି କରି ନୂଆଁଖାଇ ଅବସରରେ ଜୁହାର କରିଛନ୍ତି, ”ସେ କହିଛନ୍ତି ଯେ, ‘‘ନୂଆଁଖାଇ ଜୁହାର୍ , ଏହି ଅବ୍‌ସର୍ ଥି ଗୁରୁଜନ, ଦାଦା- ଭାଏ ଆଉ ମାଁ- ବହେନ ମାନଙ୍କୁ ନୂଆଁଖାଇ ଜୁହାର୍ ଜନଉଁଛେଁ । ନୂଆଁଖାଇ ଆପଣ ମାନଙ୍କର ଜୀବନ ଥି ଆଉ ପରିବାର ଥି ଶାନ୍ତି, ସମୃଦ୍ଧି ସାଙ୍ଗେ ଖୁସି ଆଉ ଆନନ୍ଦ ଆନୁ” ।