ମାସକ ମଧ୍ୟରେ ଶାଶୁଘର ଛାଡ଼ିବେ ବର୍ଷା

କଟକ,ଏନ୍‌ଏନ୍‌ଏସ୍‌: ବହୁଚର୍ଚ୍ଚିତ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ଏସଡିଜେଏମ କୋର୍ଟଙ୍କ ରାୟକୁ ଜିଲ୍ଲା ଜଜ୍ କାୟମ ରଖିଛନ୍ତି । ପୂର୍ବରୁ ଏସଡିଜେଏମ୍ କୋର୍ଟ ବର୍ଷାଙ୍କୁ ଶାଶୁଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ବର୍ଷା ଜିଲ୍ଲା କୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ଜିଲ୍ଲା ଜଜ୍ ମଧ୍ୟ ସମାନ ରାୟ ଦେଇଛନ୍ତି । ଫଳରେ ମାସକ ମଧ୍ୟରେ ବର୍ଷା ଶାଶୁଘର ଛାଡ଼ିବେ ବୋଲି କୋର୍ଟରେ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଶାଶୁଘର ଛାଡ଼ିବାକୁ ନେଇ ସାଂସଦ ଅନୁଭବ ମହାନ୍ତି ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲେ । ଏହାର ଶୁଣାଣି କରି କୋର୍ଟ ବର୍ଷାଙ୍କୁ ଶାଶୁଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ବର୍ଷା ଅନ୍ୟତ୍ର ରହିବା ପାଇଁ ମାସିକ ୩୦ ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।