ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ସାଂସଦ ଅପରାଜିତା ମହାନ୍ତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ସମୟରେ ଅପରାଜିତା ନିଜ ରିପୋର୍ଟ କାର୍ଡ ପ୍ରଦାନ କରିବା ସହ ଭୁବନେଶ୍ୱରରେ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲକୁ ଅନୁମତି ପ୍ରଦାନ କରିଥିବାରୁ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏତଦବ୍ୟତୀତୀ ଭୁବନେଶ୍ୱର ତଥା ରାଜ୍ୟର ୩୭୫ ଜନଔଷଧୀ କେନ୍ଦ୍ର ନେଇ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଆର୍ଶୀବାଦ ଓ ମାର୍ଗଦର୍ଶନ ଭିକ୍ଷା କରିଥିବା ନେଇ ଅପରାଜିତା ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।