ହରିୟାଣା: ବିଜେପି ନେତା ତଥା ଅଭିନେତ୍ରୀ ସୋନାଲି ଫୋଗାଟଙ୍କୁ ଜୋର ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିବା ନେଇ ପୋଷ୍ଟମୋର୍ଟମ ରିପୋର୍ଟରେ ଖୁଲାସା ହୋଇଛି । ସୋନାଲିଙ୍କ ମୃତ୍ୟୁ ମାମଲାରେ ପୁଲିସ ସହଯୋଗୀ ସୁଧୀର ସାଙ୍ଗବାନ ଓ ସୁଖବିନ୍ଦର ବାସୀଙ୍କୁ ଗିରଫ କରିଛି । ସୋନାଲିଙ୍କ ପରିବାର ଲୋକ ପ୍ରଥମ ଦିନରୁ ହିଁ ହତ୍ୟା ନେଇ ସନ୍ଦେହ କରୁଥିଲେ।
ଗୋଆ ପୁଲିସର ଆଇଜୀପୀ ଓମରବୀର ସିଂହ ବିସ୍ନୋଇ କହିଛନ୍ତି ଯେ, ଆମେ ସିସିଟିଭି ଫୁଟେଜ ରିକଭର କରିଛୁ ଯେଉଁଥିରେ ସୋନାଲିଙ୍କ ସହ ସୁଧୀର ସାଙ୍ଗବାନ ଓ ସୁଖବିନ୍ଦର ବାସୀ ପାର୍ଟି କରୁଥିବା ଦେଖିବାକୁ ମିଳିଛି । ସୋନାଲିଙ୍କୁ ଜବରଦସ୍ତି ଡ୍ରଗ୍ସ ଦିଆଯାଇଥିଲା । ସୋନାଲିଙ୍କୁ ତରଳ ରୂପେ ଡ୍ରଗ୍ସ ଦିଆଯାଇଥିବା ନେଇ ସୁଖବିନ୍ଦର ସ୍ୱୀକାର କରିଛନ୍ତି । ଅଭିଯୁକ୍ତଦ୍ୱୟ ସୋନାଲିଙ୍କୁ ଟୟଲେଟ ନେଇଥିଲେ ଏବଂ ସେଠାରେ ୨ଘଣ୍ଟା ରହିଥିଲେ । କିନ୍ତୁ ଭିତରେ କ’ଣ କଲେ ତାହା କହୁନାହାନ୍ତି । ପରେ କ’ଣ ହେଲା ଜାଣିବା ପାଇଁ ଆମେ ଜେରା ଜାରି ରଖିଛୁ ।