ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭାରତୀୟ ସଂସ୍କୃତି ବେଶ୍ ପରିଚିତ । ଭାରତର ଧାର୍ମିକ ସ୍ଥଳୀ ଦେଖିବା ପାଇଁ ପ୍ରତି ବର୍ଷ ଲକ୍ଷାଧିକ ବିଦେଶୀ ଭାରତ ଆସିଥାନ୍ତି । ଆଉ ଏବେ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ନିକଟରେ ଆମେରିକାର ଏକ ଭିଡିଓ ସାମ୍ନାକୁ ଆସିଛି । ଉକ୍ତ ଭିଡିଓରେ ପ୍ରାୟ ୨ ହଜାର ପିଲା ଏକାସହ ଭଗବତ କଥା ପଢ଼ୁଛନ୍ତି ।
ଏହି ଭାଇରାଲ ଭିଡିଓ ଆମେରିକାର ଡଲାସର ହୋଇଥିବା ଜଣାପଡ଼ିଛି । ଭାଗବତ କଥା କରୁଥିବା ପିଲାମାନେ ପ୍ରାୟ ବର୍ଷେ ହେବ ଏଥିପାଇଁ ପ୍ରସ୍ତୁତି କରୁଥିଲେ ।