ଦ୍ବିତୀୟ ଥର କରୋନା ସଂକ୍ରମିତ ହେଲେ ସୋନିଆ

ନୂଆଦିଲ୍ଲୀ,ଏଜେନ୍ସି: କରୋନାରେ ସଂକ୍ରମିତ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଦ୍ବିତୀୟ ଥର ପାଇଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଟ୍ବିଟ କରି ସୂଚନା ଦେଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ। ଜୟରାମ ରମେଶ ଟ୍ବିଟ କରି କହିଛନ୍ତି ଯେ, ”କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି କରୋନା ସଂକ୍ରମିତ ହୋଇଛନ୍ତି, ସରକାରଙ୍କ ଦ୍ବାରା ଜାରି ହୋଇଥିବା କରୋନା ପ୍ରୋଟକଲ ଅନୁଯାୟୀ ସେ ଆଇସୋଲେସନରେ ଅଛନ୍ତି”।

ଏହା ପୂର୍ବରୁ ଜୁନ୍ ୨ରେ କରୋନା ସଂକ୍ରମିତ ହୋଇଥିଲେ ସୋନିଆ ଗାନ୍ଧୀ। ଯେଉଁଥି ପାଇଁ ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡିରେ ସେ ହାଜର ହୋଇପାରିନଥିଲେ। ସୁସ୍ଥ ହେବାପରେ ଇଡି ପଚରା ଉଚୁରା କରିଥିଲା। ଅଗଷ୍ଟ ୧୦ରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ।