ରାଞ୍ଚି,ଏଜେନ୍ସି: ଝାଡଖଣ୍ଡର ଗିରିଡିହରେ ସିଆର୍ପିଏଫ୍ ଯବାନଙ୍କୁ ନେଇ ଯାଉଥିବା ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୧ ଯବାନ ଆହତ ହୋଇଛନ୍ତି । ଆଜି (ରବିବାର) ଅପରାହ୍ନରେ ଡୁମ୍ରି-ଗିରିଡିହ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । କୌଣସି କାରଣବଶତଃ ଭାରସାମ୍ୟ ହରାଇ ସିଆର୍ପିଏଫ୍ ଯବାନଙ୍କ ଗାଡି ଓଲଟି ପଡିଥିଲା । ସମସ୍ତ ଆହତ ଯବାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଆଜି ଅପରାହ୍ନରେ ମଧୁବାନ୍ କ୍ୟାମ୍ପରୁ ସିଆର୍ପିଏଫ୍ ଯବାନଙ୍କୁ ନେଇ ଚାଟ୍ରା ଯାଉଥିବା ସୁରକ୍ଷା ବଳର ଏକ ଗାଡି ଭାରସାମ୍ୟ ହରାଇ ମଧୁବନ ପୋଲିସ ଷ୍ଟେସନର ଲାକାଟୋ ନିକଟରେ ଓଲଟି ପଡିଥିଲା । ସମସ୍ତ ଆହତଙ୍କୁ ଉଦ୍ଧାର କରି ଡୁମ୍ରିର ରେଫରାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଯବାନଙ୍କ ସ୍ବାସ୍ଥ୍ଯବସ୍ଥା ନେଇ ଅଧିକ ସୂଚନା ମିଳି ପାରିନାହିଁ ।