ନୂଆଦିଲ୍ଲୀ,ଏଜେନ୍ସି: ଭାରତର ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ ଚାମ୍ପିଅନ୍ଶିପରେ ପୁଣି ଥରେ ଭାରତୀୟ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ସେ ଦେଶ ପାଇଁ ରୌପ୍ୟପଦକ ଆଣି ଇତିହାସ ରଚିଛନ୍ତି । ଆମେରିକାର ୟୁଜୀନରେ ଆୟୋଜିତ ପ୍ରତିଯୋଗିତାରେ ନୀରଜ ଚୋପ୍ରା ପୁରୁଷ ଜାଭଲିନ୍ ଫାଇାନଲରେ ୨ୟ ସ୍ଥାନ ଅଧିକାର କରିଛନ୍ତି । ନୀରଜ ଚୋପ୍ରା ୪ର୍ଥ ଥର ୮୮.୧୪ ମିଟର ଜାଭଲିନ ଫିଙ୍ଗି ରୌପ୍ୟପଦକ ଆଣିଛନ୍ତି ।
ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ହାସଲ କରିବା ପରେ ଏଥଲିଟ୍ ନୀରଜ ଚୋପ୍ରା ବିଶ୍ୱ ଏଥଲେଟିକ୍ସ ଚାମ୍ପଅନଶିପିରେ ସଫଳତା ହାସଲ କରିଛନ୍ତି । ଆମେରିକାର ଓରେଗାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ନୀରଜ ଚୋପ୍ରା ସାମିଲ ଥିବା ଇଭେଣ୍ଟରେ ମୋଟ ୩୪ ଜଣ ପ୍ରତିଭାଗି ଅଂଶଗ୍ରହଣ କରିଥିଲେ । ଏମାନଙ୍କୁ ୨ଟି ଭାଗରେ ବିଭକ୍ତ କରାଯାଇଥିଲା । ଏହି ଗ୍ରୁପରୁ ୧୨ ଜଣ ଶ୍ରେଷ୍ଠ ଖେଳାଳିଙ୍କୁ ଫାଇନାଲ ଇଭେଣ୍ଟରେ ଜାଭଲିନ ଫିଙ୍ଗିବାକୁ ସୁଯୋଗ ମିଳିଥିଲା । ଭାରତକୁ ୧୯ ବର୍ଷ ପରେ ଏହି ପ୍ରତିଯୋଗିତାରେ ପଦକ ମିଳିଛି ।
ନୀରଜଙ୍କ ପ୍ରଥମ ଥ୍ରୋ ଫାଉଲ ହୋଇଥିଲା । ପ୍ରଥମ ପ୍ରୟାସରେ ସେ ଫେଲ ହୋଇଥିଲେ । ଚୋପ୍ରା ଦ୍ୱିତୀୟ ରାଉଣ୍ଡରେ ୮୨.୩୯ ମିଟର ଜାଭଲିନ ଫିଙ୍ଗିଥିଲେ । ତୃତୀୟ ରାଉଣ୍ଡରେ ନିଜର ପ୍ରଦର୍ଶନକୁ ସଂଶୋଧନ କରିଥିଲେ । ସେ ୮୬.୩୭ ମିଟର ଜାଭଲିନ ଫିଙ୍ଗିଥିଲେ । କିନ୍ତୁ ୪ର୍ଥ ସ୍ଥାନରେ ରହିଥିଲେ । ଶେଷରେ ୪ର୍ଥ ପ୍ରୟାସରେ ୮୮.୧୩ ମିଟର ଜାଭଲିନ ଫିଙ୍ଗି ରୌପ୍ୟପଦକ ହାସଲ କରିଛନ୍ତି ।
ସୂଚନାଯୋଗ୍ୟ, ବିଶ୍ୱ ଆଥଲେଟିକ ଚମ୍ପିଅନଶିପରେ ଭାରତ ୧୯ ବର୍ଷ ପୂର୍ବରୁ କାଂସ୍ୟ ପଦକ ଜିତିଥିଲା । ବର୍ଷ ୨୦୦୩ରେ ବରିଷ୍ଠ ଆଥଲେଟ ଅଂଜୁ ବବି ଜର୍ଜ ଲଙ୍ଗ ଜମ୍ପରେ ଭାରତ ପାଇଁ କାଂସ୍ୟ ପଦକ ଆଣିଥିଲେ । ବିଶ୍ୱ ଆଥଲେଟିକ ଚାମ୍ପିଅନଶିପର ଆୟୋଜନ ପ୍ରଥମ ଥର ୧୯୮୩ ମସିହାରେ କରାଯାଇଥିଲା । ସେହିଦିନ ଠାରୁ ଭାରତ ସ୍ୱର୍ଣ୍ଣପଦକ ଜିତିପାରି ନାହିଁ ।