ମିଡିଆ ଉପରେ ବର୍ଷିଲେ ମୁଖ୍ୟ ବିଚାରପତି ଏନବି ରମନା

ନୂଆଦିଲ୍ଲୀ: ଭାରତର ମୁଖ୍ୟ ବିଚାରପତି ଏନବି ରମନା ବିଭିନ୍ନ ନ୍ୟୁଜ ଚ୍ୟାନେଲର କଭରେଜକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି । ରମନା କହିଛନ୍ତି ଯେ, ନିକଟରେ ଆମେ ଦେଖୁଛୁ ମିଡିଆ କଙ୍ଗାରୁ ଅଦାଲତ ଚଲାଇଛି । ସେଥିପାଇଁ ଅନୁଭବୀ ବିଚାରପତିଙ୍କୁ ମଧ୍ୟ ନିଷ୍ପତ୍ତି ନେବାରେ ସମସ୍ୟା ହେଉଛି । ନ୍ୟାୟ ପ୍ରଦାନ ସହ ଜଡ଼ିତ ମାମଲାରେ ଦାୟିତ୍ୱହୀନ ଏଜେଣ୍ଡା ଚଲାଉଛନ୍ତି ଯାହାକି ଗଣତନ୍ତ୍ର ପାଇଁ ହାନିକାରକ ସାବ୍ୟସ୍ତ ହୋଇଛି ।

ମୁଖ୍ୟ ବିଚାରପତି ଏନବି ରମନା ଆହୁରି କହିଛନ୍ତି ଯେ, ନିଜ ଦାୟିତ୍ୱରୁ ଉପରକୁ ଉଠି ଆପଣ ଆମ ଲୋକତନ୍ତ୍ରକୁ ୨ ପାଦ ପଛକୁ ନେଇ ଯାଉଛନ୍ତି । ପ୍ରିଣ୍ଟ ମିଡିଆର ଏବେ ବି ଦାୟତ୍ୱବୋଧତା ଥିବାବେଳେ ଇଲେକ୍ଟ୍ରୋନିକ ମିିଡିଆର ଶୂନ ଦାୟିତ୍ୱବୋଧତା ରହିଛି ।