ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ରାଜନୀତିରେ ନୂଆ ଇତିହାସ । ରାଇସିନା ହିଲରେ ଅଧିଷ୍ଠିତ ହେବେ ଓଡିଶା ମହିଳା ଦ୍ରୌପଦୀ ମୁର୍ମୁ । ଦେଶର ପଞ୍ଚଦଶ ମହାମହିମ ହେବେ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁଙ୍କ ମହାବିଜୟ ପରେ ତାଙ୍କୁ ଶୁଭେଛା ଜଣାଇବା ପାଇଁ ତାଙ୍କ ବାସଭବନରେ ଲାଗିଛି ଭିଡ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ପୁରା ମନ୍ତ୍ରୀ ମଣ୍ଡଳ, ବିଜେପି ଶୀର୍ଷ ନେତା ଓ ଏନଡିଏ ନେତାଙ୍କ ଲାଗିଛି ଭିଡ ।