ଗୁଜରାଟ: ଗୁଜରାଟର ଆନନ୍ଦ ଜିଲ୍ଲାର ବୋରସଦରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଚେକିଂ ସମୟରେ ଟ୍ରାଫିକ ପୁଲିସକର୍ମୀ ରାଜ କିରଣ ଏକ ଟ୍ରକକୁ ରୋକିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଟ୍ରକ ଡ୍ରାଇଭର ତାଙ୍କ ଉପରକୁ ଗାଡ଼ି ଚଢ଼ାଇ ଦେଇଥିଲା । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାଜ କିରଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଫେରାର ଡ୍ରାଇଭରକୁ ପୁଲିସ ଧରିବାରେ ସଫଳ ହୋଇଛି ।
ସୂଚନାଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟାରେ ସମାନ ଢଙ୍ଗରେ ୩ଜଣ ପୁଲିସଙ୍କୁ ହତ୍ୟା କରାଯାଇଛି । ହରିୟାଣାରେ ଡିଏସପି, ଝାଡ଼ଖଣ୍ଡରେ ମହିଳା ଏସଆଇଙ୍କ ପରେ ଗୁଜରାଟରେ କନେଷ୍ଟବଳଙ୍କ ସହ ଏଭଳି ବର୍ବର କାଣ୍ଡ ଘଟିଛି ।