ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିନ ଭୋଟ ଦେଇଛନ୍ତି। ଭୋଟ ଦେବା ପରେ ମୋକିନ କହିଛନ୍ତି ଯେ, ଜଣେ ଓଡ଼ିଆ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ଜଣେ ଓଡ଼ିଆ ହିସାବରେ ମୁଁ ମୋ କର୍ତ୍ତବ୍ୟ କରିଛି । ମୋ ବିବେକ ଅନୁସାରେ ମୁଁ ନିଷ୍ପତ୍ତି ନେଇଛି । ତାଙ୍କ ବିଜୟରେ ମୋ ଭଟ ଖଣ୍ଡକ ମିଶିଲେ ମୁଁ ଗର୍ବିତ ହେବି । ରାଷ୍ଟ୍ରପତି ନିର୍ବାଚନରେ ହୁଇପ୍ ନଥାଏ ଆଶା କରୁଛି ଦଳ ମୋ ଭାବନାକୁ ବୁଝିବ।
ଅନ୍ୟପଟେ ମହମ୍ମଦ ମୋକିନଙ୍କ କ୍ରସ ଭୋଟିଂ ପରେ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି । ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ମୋକିନଙ୍କ ଭୋଟ ସମ୍ପର୍କରେ ହାଇକମାଣ୍ଡଙ୍କୁ ଅବଗତ କରାଇଲୁ । ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ କରାଯିବ ।