ଆଜିଠାରୁ ସଂସଦର ମୈସୁମୀ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ,ଏଜେନ୍ସି: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ (ସୋମବାର) ଠାରୁ ଆରମ୍ଭ ହେବ । ଏହି ଅଧିବେଶନ ଅଗଷ୍ଟ ୧୨ ତାରିଖ ଯାଏଁ ଜାରି ରହିବ । ଲୋକସଭା ସଚିବାଳୟ ନିଜର ବୟାନରେ କହିଛି ଯେ, ୧୭ତମ ଲୋକସଭାର ୯ମ ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ ହେବ ଏବଂ ଏହା ଅଗଷ୍ଟ ୧୨ ତାରିଖ ଯାଏ ଚାଲିବ । ରାଜ୍ୟସଭା ସଚିବାଳୟର ବୁଲେଟିନରେ କୁହାଯାଇଛି ଯେ, ରାଜ୍ୟସଭାର ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ ହେବ । ସଂସଦର ମୌସୁମୀ ଅଧିବେଶନରେ ବିରୋଧୀ ଦଳର ସାଂସଦମାନେ ହଙ୍ଗାମା କରିପାରନ୍ତି । କଂଗ୍ରେସ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରିବା, ମହଙ୍ଗା, ବେକାରି ଓ ଅନ୍ୟ ପ୍ରସଙ୍ଗରେ ସରକାରକୁ ଘେରି ପାରେ ।

ସଂସଦର ମୌସୁମୀ ଅଧିବେଶନ ଏଥର ସବୁଠାରୁ ସ୍ୱତନ୍ତ୍ର ରହିବ । କାରଣ ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ହେଉଛି । ମୈସୁମୀ ଅଧିବେଶନ ଜୁଲାଇ ୧୮ରୁ ଅଗଷ୍ଟ ୧୭ ତାରିଖ ମଧ୍ୟରେ ମୋଟ ୧୭ଟି କାର୍ଯ୍ୟଦିବସ ରହିବ । ଏହି ଅଧିବେଶନରେ ସରକାର ଅନେକ ବିଧେୟକଙ୍କୁ ଗୃହରେ ଉପସ୍ଥାପନ କରିପାରନ୍ତି । ଏଥିରେ ସଂସଦୀୟ ସମିତି ଆଗରେ ବିଚାର ପାଇଁ ପଠାଯାଇଥିବା ୪ ବିଧେୟକ ସାମିଲ ରହିଛି ।

ମୈସୁମୀ ଅଧିବେଶନ ପୂର୍ବରୁ ରବିବାର ଅର୍ଥାତ ଜୁଲାଇ ୧୭ ତାରିଖରେ ସରକାରଙ୍କ ତରଫରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତା ଅଂଶଗ୍ରହଣ କରିଥିଲେ । ବୈଠକରେ ସରକାରଙ୍କ ପ୍ରତିନିଧିତ୍ୱ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ତାଙ୍କର ମନ୍ତ୍ରିମଣ୍ଡଳର ସହଯୋଗୀ ଓ ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ନେତା ପୀୟୁଷ ଗୋୟଲ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କରିଥିଲେ ।