ଶ୍ରୀନଗର,ଏଜେନ୍ସି: ପୁଲୱାମାର ଗାଙ୍ଗୁ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ଜଣେ ସିଆର୍ପିଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି । ଆଜି ପୂର୍ବାହ୍ନରେ ହୋଇଥିବା ଆକ୍ରମଣରେ ଯବାନଜଣଙ୍କ ଗୁରୁତର ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କୁ ମୃତ ଘୋଷଣା କରାଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସୁରକ୍ଷା ବାହିନୀ । ଶହୀଦ ହୋଇଥିବା ଯବାନଙ୍କ ପରିଚୟ ଖୁବଶୀଘ୍ର ସେନା ସ୍ପଷ୍ଟ କରିବାର ସମ୍ଭାବନା ରହିଛି ।