ନୂଆଦିଲ୍ଲୀ: ଦେଶର ସବୁଠୁ ଧନୀ ବ୍ୟକ୍ତି ଗୌତମ ଅଦାନୀ ଓ ମୁକେଶ ଅମ୍ବାନୀଙ୍କ ମଧ୍ୟରେ ସମ୍ପତ୍ତିର ଅନ୍ତର ବଢ଼ିଯାଇଛି । ବ୍ଲୁବର୍ଗ ବିଲେନିୟର ଇଣ୍ଡେକ୍ସର ରାଙ୍କିଂରେ ବିଶ୍ୱର ୫ ଧନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଗୌତମ ଅଦାନୀ ସ୍ଥାନ ପାଇଛନ୍ତି । ଅଦାନୀଙ୍କ ସମ୍ପତ୍ତି ୩୨.୭ ବିଲିୟନ ଡଲାର ବଢ଼ି ୧୦୯ ବିଲିୟନ ଡଲାରରେ ପହଞ୍ଚିଯାଇଛି । ଏହି ତାଲିକାରେ ଅଦାନୀଙ୍କ ପୂର୍ବରୁ ବିଲ ଗେଟସ୍, ବର୍ଣ୍ଣାଡ ଅର୍ନାଲ୍ଟ, ଜେଫ ବେଜୋସ ଓ ଏଲନ ମସ୍କ ରହିଛନ୍ତି ।
ଅନ୍ୟପଟେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୪.୭୩ ବିଲିୟନ ଡଲାର କମି ୮୫.୩ ବିଲିୟନ ଡଲାରରେ ପହଞ୍ଚିଛି । ଏଥିସହିତ ଅମ୍ବାନୀ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରୁ ବାହାରି ୧୧ତମ ସ୍ଥାନରେ ରହିଛନ୍ତି ।