Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିଶ୍ୱ ଅଣ୍ଡା ଦିବସ ସମାରୋହ ରାଜ୍ୟରେ କୁକୁଡା ପାଳନ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ଲାଗି ବହୁ ସୁଯୋଗ ରହିଛି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିଶ୍ୱ ଅଣ୍ଡା ଦିବସ ସମାରୋହ ରାଜ୍ୟରେ କୁକୁଡା ପାଳନ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ଲାଗି ବହୁ ସୁଯୋଗ ରହିଛି

ଅଣ୍ଡା ଉତ୍ପାଦନ ବୃଦ୍ଧି ଲାଗି ରାଜ୍ୟରେ ଓଡ଼ିଶା କୁକୁଟ୍ଟ ନୀତି ପ୍ରଣୟନ ହୋଇଛି: ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କୁକୁଡା ପାଳନ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏହା ଦ୍ୱାରା ଚାଷୀମାନଙ୍କର ଆୟ ବୃଦ୍ଧି ହେବା ସହ ଅନେକ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୁକୁଡା ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ରିହାତି ଯୋଗାଇ ଦେଉଛନ୍ତି। ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାର ସୁଫଳ ଯେପରି ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ôଚବ ସେନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଚଳିତ ୫ଟିକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏଥିରେ ଖିଲାପ କରି କୃଷକଙ୍କ ବିକାଶରେ ବାଧକ ସାଜିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି।

ଶୁକ୍ରବାର ଭେଟେରିନାରୀ କଲେଜ ପରିସରରେ ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଥିଲେ ଯେ, ସୁସ୍ଥ ଶରୀର ଲାଗି ଅଣ୍ଡାର ଯଥେଷ୍ଟ ପରିମାଣର ଖାଦ୍ୟସାର ରହିଥିବାରୁ ଏହ ଅତ୍ୟନ୍ତ ଉପଦେୟ ଖାଦ୍ୟ ଅଟେ। ତେଣୁ ରାଜ୍ୟ ସରକାର ଲୋକଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧି ଲାଗି ଓଡ଼ିଶା କୁକୁଟ୍ଟ ନୀତି ୨୦୧୫ ପ୍ରଣୟନ କରି ଅନେକପ ପଦକ୍ଷେପ ଗ୍ରହଣ କରିଛନ୍ତି।

ରାଜ୍ୟରେ ଦୈନିକ ଅଣ୍ଡା ଉତ୍ପାଦନ ୨୦୧୪-୧୫ରେ ୫୨ଲକ୍ଷରୁ ବୃଦ୍ଧି ପାଇ ବର୍ତ୍ତମାନ ୬୫ଲକ୍ଷରେ ପହଞ୍ôଚଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରାଜ୍ୟ ସରକାର କୁକୁଡା ଚାଷୀଙ୍କୁ ଆକର୍ଷଣୀୟ ରିହାତି ଯୋଗାଇ ଦେଉଛନ୍ତି। ଏହି ଯୋଜନାରେ ସାଧାରଣବର୍ଗ ହିତାଧିକାରୀଙ୍କ ଲାଗି ୪୦ପ୍ରତିଶତ ଏବଂ ମହିଳା ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୫୦ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି। ଏଥି ସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଅଣ୍ଡାଦିଆ କୁକୁଡା ପାଳନ ପାଇଁ ସହାୟତା ପ୍ରଦାନ କରାଯାଉଛି।

ଚଳିତବର୍ଷ ରାଜ୍ୟରେ ଫନି ବାତ୍ୟାରେ କ୍ଷତିଗ୍ରସ୍ତ କୁକୁଡା ଫାର୍ମ ପୁନଃପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ହଜାରରୁ କମ୍ ସଂଖ୍ୟକ କୁକୁଡା ପାଳନ କରୁଥିବା ପୁରୀ ଜିଲ୍ଲାରେ ୧୦୩୬ଜଣ କୁକୁଡା ଚାଷୀଙ୍କୁ ପ୍ରଥମ ଦଫାରେ ଫାର୍ମ ପିଛା ୩୦ହଜାର ଟଙ୍କା ସହାୟତା ଦିଆଯାଇଛି। ଅଣ୍ଡାର ବହୁ ଉପକାରୀ ଗୁଣ ସମ୍ପର୍କରେ ବୁଝାଇବା ସହ ଆମ ଖାଦ୍ୟରେ ଅଣ୍ଡାକୁ ସାମିଲ କରିବା ଓ ଅଣ୍ଡା ଚାଷ ପ୍ରତି ଲୋକଙ୍କୁ ସଚେତନ ସୃଷ୍ଟି କରିବା ଦିଗରେ ବ୍ୟାପକ ପ୍ରଚେଷ୍ଟା କରିବା ସମ୍ପର୍କରେ ମନ୍ତ୍ରୀ ଆଲୋକପାତ କରିଥିଲେ।

ତେବେ ଅଣ୍ଡା ଓ କୁକୁଡା ଉତ୍ପାଦନ ବୃଦ୍ଧି ଲାଗି ଓଡ଼ିଶା ପୋଲଟ୍ରି ଫାମର୍ସ ଆସୋସିଏସନ ଓ ଅଲ୍ ଓଡ଼ିଶା ଲେୟର ଫାମର୍ସ ଆସୋସିଏସନକୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି। ସେହିପରି ବିଶ୍ୱସ୍ତରରେ ଏବଂ ଜାତୀୟସ୍ତରରେ ଅଣ୍ଡାର ଉତ୍ପାନ, ଚାହିଦା ଏବଂ ନିଅଣ୍ଟ ଉପରେ ଗୁରୁତ୍ୱାରୋପ କରିଥିଲେ।

ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ଏବଂ ଅଲ୍ ଓଡ଼ିଶା ପୋଲଟ୍ରି ଫାମର୍ସ ଆସୋସିଏସନ ଓ ଅଲ୍ ଓଡ଼ିଶା ଲେୟର ଫାମର୍ସ ଆସୋସିଏସନର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଗଣମାଧ୍ୟମର ଉପଦେଷ୍ଟା ତଥା ଅଲ୍ ଓଡ଼ିଶା ଲେୟର ଫାମର୍ସ ଆସୋସିଏସନର ଅଧ୍ୟକ୍ଷ ମାନସ ରଞ୍ଜନ ମଙ୍ଗରାଜ ଯୋଗଦେଇ ଅଣ୍ଡା ଉତ୍ପାଦନ ବୃଦ୍ଧି ଏବଂ ଅଧିକ କୁକୁଡା ଫାର୍ମ ପ୍ରତିଷ୍ଠା ଦିଗରେ ଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ତେବେ ଆଜକୁ ୭ବର୍ଷ ପୂର୍ବରୁ ସେ ନିଜେ ଯେତେବେଳେ ଲେୟର ଶିଳ୍ପ ପ୍ରତି ଆକୃଷ୍ଟ ହୋଇ ନିଜ ପ୍ରଚେଷ୍ଟାରେ ଆରମ୍ଭ କରିଥିଲେ ସେ ସମୟରେ କିଛି ସରକାରୀ ଅଧିକାରୀ ତାଙ୍କୁ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରିବା ସହ ତାଙ୍କୁ ବହୁ ସହଯୋଗ କରିଥିଲେ। ତେଣୁ କୁକୁଡା ଚାଷୀଙ୍କୁ ସହଯୋଗ ଯୋଗାଉଥିବା ବିଭିନ୍ନ ସରକାରୀ ସଂସ୍ଥା ପକ୍ଷରୁ ସେହିଭଳି ସୁବିଧା ସୁଯୋଗ ଯୋଗାଇବା ସହ ସହଯୋଗର ମାନସିକତା ଅଧିକାରୀଙ୍କ ପାଖରେ ରହିବା ଉଚିତ ବୋଲି ପରାମର୍ଶ ଦେଇଥିଲେ।

ଏହାବ୍ୟତୀତ ଓୟୁଏଟି ପରିସରରେ କୁକୁଡା ଚାଷ ସମ୍ପକର୍ପରେ ଗବେଷଣା ହେଉଥିବା ବେଳେ ଏହାର ପ୍ରଭାବ ଯେପରି ସାଧାରଣ ଲୋକ ଏବଂ କୁକୁଡାଚାଷୀଙ୍କ ନିକଟରେ ପହଞ୍ôଚବ ସେ ଦିଗରେ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ପରେ ବିଭାଗୀୟ ସଚିବ ଆର୍ ରଘୁପ୍ରସାଦ କହିଥିଲେ ଯେ, ରାଜ୍ୟରେ ବର୍ତ୍ତମାନ ୧୩୮ଟି ବ୍ୟବସାୟିକ ଲେୟର କୁକୁଡା ଫାର୍ମ ରହିଛି। ଏହି ଫାର୍ମକୁଡିକରୁ ଦୈନିକ ୬୫ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ଆଗାମୀ ଦିନରେ ଆହୁରି ୧୦୦ଟି ବ୍ୟବସାୟିକ ଲେୟର କୁକୁଡା ଫାର୍ମ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରହିଛି ବୋଲି କହିଥିଲେ।

ଉତ୍ସବରେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲ, ପ୍ରାଣୀସଂପଦ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତ ପ୍ରମୁଖ ଯୋଗଦେଇ ଅଣ୍ଡାଦିଆ କୁକୁଡା ପାଳନର ବିଭିନ୍ନ ଦିଗ ସମ୍ପର୍କରେ ଆଲେଶଚନା କରିଥିଲେ। ପରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସଫଳ କୁକୁଡା ଉଦ୍ୟୋଗୀଙ୍କୁ ସମ୍ବର୍ନ୍ଧନା କରାଯାଇଥିଲା। ଏହି ଅବସରରେ ଓଡ଼ିଶା ପୋଲଟ୍ରି ସଂଘର ସଭାପତି ଜ୍ୟୋତିକାନ୍ତ ମହାପାତ୍ର, ଉପଦେଷ୍ଟା ଅଶୋକ ପ୍ରଧାନ, ସମ୍ପାଦକ ପ୍ରଦ୍ୟୁମ୍ନ ପରିଡା ଏବଂ ଅଲ୍ ଓଡ଼ିଶା ଲେୟର ଫାମର୍ସ ଆସୋସିଏସନ୍ର ସଭାପତି ବିବି ଚୌହାନ ଏବଂ ସମ୍ପାଦକ ଏଲ୍ ସରୋଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।