ଚେନ୍ନାଇ,ଏଜେନ୍ସି: ଏସିଆନ୍ ଚାମ୍ପିଅନ୍ ବିଶ୍ୱନାଥ ସୁରେଶ ଏବଂ ରୋହିତ ଚାମୋଲି ଜୋର୍ଦାର ବିୟ ସହ ଏଠାରେ ଚାଲିଥିବା ୟୁଥ୍ ନ୍ୟାସ୍ନାଲ୍ ବକ୍ସିଂ ଚାମ୍ପିଅନ୍ଶିପ୍ର କ୍ୱାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି । ଏସ୍ଏସ୍ସିବିର ସୁରେଶ ପୁରୁଷ ୪୮ କେଜି ବର୍ଗରେ ଚଣ୍ଡିଗଡ଼ର ସୁଶାନ୍ତ କପୁର୍ଙ୍କୁ ୫-୦ରେ ହରାଇ ଦେଇଥିବା ବେଳେ ଚଣ୍ଡିଗଡ଼ର ୨୦୨୧ ଏସିଆନ୍ ଜୁନିୟର୍ ଚାମ୍ପିଅନ୍ ରୋହିତ ୫୧ କେଜି ବର୍ଗରେ ଉତ୍ତର ପ୍ରଦେଶର ଭୂପେନ୍ଦ୍ର କୁମାରଙ୍କୁ ସମାନ ସ୍କୋର୍ ବ୍ୟବଧାନରେ ହରାଇ ଦେଇଛନ୍ତି । ଅନ୍ୟ ଏସ୍ଏସ୍ସିବି ବକ୍ସର୍ ଯଦୁମଣି ମାଣ୍ଡେଙ୍ଗବାମ୍ ମଧ୍ୟ ୫୧ କେଜିର ଅନ୍ତି-୮ରେ ପ୍ରବେଶ କରିଛନ୍ତି ।
ଚଣ୍ଡିଗଡ଼ର ପରିଣୀତା ଶେଓରନ୍ ମଧ୍ୟ ମହିଳା ୪୮ କେଜି ବର୍ଗର କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ପ୍ରିକ୍ୱାର୍ଟର୍ଫାଇନାଲ୍ରେ ସେ ଆନ୍ଧ୍ରପ୍ରଦେଶର ବୈଷ୍ଣବୀ ନେଥାଲାଙ୍କୁ ୫-୦ରେ ହରାଇଛନ୍ତି । ମହାରାଷ୍ଟ୍ରର ଆର୍ଯ୍ୟା ବାର୍ତ୍ତାକେ (୫୭ କେଜି), ବୈଷ୍ଣବୀ ୱାଘ୍ମାରେ (୬୦ କେଜି), ଅଦିତି ଶର୍ମା (୬୬ କେଜି) ଏବଂ ସାନା ଗନ୍ସାଲ୍ଭେସ୍ (୭୦ କେଜି) ମହିଳା ବିଭାଗ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି ।
ସେହିପରି ୟାମିନି କନ୍ୱର (୪୮ କେଜି) ଓ ସୁନୀତା (୫୨ କେଜି)ଙ୍କ ସମେତ ରାଜସ୍ଥାନର ଅଞ୍ଜୁ (୫୭ କେଜି), ଈଷା ଗୁର୍ଜର (୬୩ କେଜି) ଏବଂ ରୀନା (୭୫ କେଜି) ମଧ୍ୟ କ୍ୱାର୍ଟର୍ ଫାଇନାଲ୍ ଯୋଗ୍ୟତା ଅର୍ଜନ କରିଛନ୍ତି । ପୁରୁଷ ବିଭାଗରେ ମହାରାଷ୍ଟ୍ରର ଉମର୍ ଶେଖ୍ (୪୮ କେଜି) ଓ ଉସ୍ମାନ୍ ଅନ୍ସାରୀ (୫୧ କେଜି) ସହଜ ବିଜୟ ସହ କ୍ୱାର୍ଟର୍ଫାଇନାଲ୍ରେ ପ୍ରବେଶ କରିଛନ୍ତି ।