ଅମରନାଥରେ ବାଦଲ ଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ୪୦ ନିଖୋଜ

ଶ୍ରୀନଗର,ଏଜେନ୍ସି: ପବିତ୍ର ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଏଥିରେ ମୃତ୍ୟୁ ସଂଖ୍ୟା ବଢି ୧୦ରେ ପହଞ୍ଚିଛି। ଏଥିସହିତ ଅନେକ ଲୋକ ଏବେବି ନିଖୋଜ ଅଛନ୍ତି। ବନ୍ୟାରେ କିଛି ତୀର୍ଥଯାତ୍ରୀ ଶିବିର ଭାସି ଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣା ପରେ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।