ନୂଆଦିଲ୍ଲୀ: ବ୍ରିଟେନରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି । ବୋରିସ ଜନସନ୍ ଆଉ ଅଳ୍ପ ସମୟ ମଧ୍ୟରେ ସମ୍ବୋଧିତ କରିବେ ବୋଲି ବ୍ରିଟିଶ ମିଡିଆ ରିପୋର୍ଟ ସୂଚନା ଦେଇଛି ।
ସୂଚନାଯୋଗ୍ୟ, ବ୍ରିଟେନରେ ବୋରିସ ଜନସନଙ୍କ କ୍ୟାବିନେଟରେ ସାମିଲ ହୋଇଥିବା ମନ୍ତ୍ରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୦ଜଣ ଇସ୍ତଫା ଦେଇ ସାରିଲେଣି । ସେଥିପାଇଁ ବୋରିସ ଜନସନ୍ ମଧ୍ୟ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି । ମାସେ ମଧ୍ୟରେ ଜନସନଙ୍କ ପଦ ଛାଡ଼ିବା ନେଇ ୨ଥର ସଙ୍କଟ ଦେଖାଦେଇଛି ।